Breaking News

ସାକ୍ଷୀଗୋପାଳ ସ୍ୱାସ୍ଥ୍ୟୃ କେନ୍ଦ୍ରରେ କରୋନା ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିଲା

 ସାକ୍ଷୀଗୋପାଳ  -----  ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶୁକ୍ରବାର ଦିନ କରୋନା ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିଛି । ଯାହାକି ଲୋକମାନେ ଆଉ ଅପେକ୍ଷା ନ କରି ବା ନିଜେ ଚାହିଁଲେ  କେନ୍ଦ୍ରକୁ ଆସି ନିଜ ନାମ ପଞ୍ଜିକରଣ କରି ମାଗଣାରେ କରୋନା ପରୀକ୍ଷା କରି ପାରିବ ।  ସାକ୍ଷୀଗେ।।ପଳ ମେଡିକାଲ ଇନିଚାର୍ଯ୍ୟ  ଡ, ବିଶ୍ୱଜିତି ମିଶ୍ର , ବି. ପି. ଏମ ଜ୍ୟୋତି ରଞ୍ଜନ ଶତପଥୀ , ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦଙ୍କ ସହିତ ମେଡିକାଲର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ କୋଭିଡ-୧୯ ସ୍ୱାବ ସଂଗ୍ରହ କେନ୍ଦ୍ର ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା ।  ଦୁଇଜଣ ଲ୍ୟାବ ଟେକେସିଆନ ସୁଦର୍ଶନ ସାହୁ ,ହେମନ୍ତ ନାୟକ ଓ ସହଯୋଗୀ ସ୍ୱାବ ସଂଗ୍ରହ କରିଥିଲେ । ପ୍ରଥମ ଦିନରେ ସତ୍ୟବାଦୀ ବ୍ଳକର କେତେକ କର୍ମଚାରୀ ସେମାନଙ୍କ ସ୍ୱାବ ଟେଷ୍ଟ କରିବା ପାଇଁ  ଦେଇଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts