Breaking News

ଅଙ୍ଗନୱାଡି କର୍ମୀଙ୍କ ଠାରୁ ଭ୍ୟାନିଟ ବ୍ୟାଗ ଝାମ୍ପିନେଲେ ଯୁବକ ; ବର୍ତ୍ତିଗଲେ ଦମ୍ପତି

ସାକ୍ଷୀଗୋପାଳ --------- ପୁରୀ- ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧିନ ବୀରଗୋବିନ୍ଦପୁର ଛକ ନିକଟସ୍ଥ ମୂଳ ଅଳସା ସିଡି ନିକଟରେ ଜଣେ ଅଙ୍ଗନୱାଡି କର୍ମୀଙ୍କର ଭ୍ୟାନିଟ ବ୍ୟାଗ ଦୁଇଜଣ ଦୁବୁର୍ତ୍ତ ଝାମ୍ପି ନେଇଯାଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ମମତାରାଣୀ ପରିଡା (୪୦) , ସ୍ୱାମୀ ଦାଶରଥି ବରାଳ ଅଳଗୁମର ବଉଳସାହିର ଦୁଇ ଜଣ ପ୍ରତିଦିନ ପରି ପୁରୀରୁ ମଟର ସାଇକେଲ ଯୋଗେ ଶୁକ୍ରବାର ୧୧ଟା ସମୟରେ ଅଳଗୁମ ବଉଳସାହି ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିଲେ । ଆସିବା ସମୟରେ ମହାବୀର ରଙ୍ଗର କେଟିଏମ ମଟର ସାଇକେଲରେ ଦୁଇ ଯୁବକ ମୁଳ ଅଳସା ସିଡି ନିକଟ ଭ୍ୟାନିଟ ଝାମ୍ପି ନେଇ ପଳେଇ ଯାଇଥିଲେ । ଅଳ୍ପକେ ଦୁର୍ଘଟଣାରୁ ବତ୍ତିଯାଇଥିଲେ । ଉକ୍ତ ଭ୍ୟାନିଟ ବ୍ୟାଗରେ ପୋଷ୍ଟାଲ ଏଟିଏମ କାର୍ଡ, ଏନଆରଜିଏସ କାର୍ଡ, ଷ୍ଟେଟବ୍ୟାଙ୍କ, ସେଣ୍ଟାଲ ବ୍ୟାଙ୍କ ଅଫ ଇଣ୍ଡିଆ ସତ୍ୟବାଦୀ ଶାଖାର ପାସବୁକ,ପେନସନ ପାସବୁକ ସହିତ କେତେକ ମହିଳା ଗୋଷ୍ଠୀ ମାନଙ୍କର ବ୍ୟାଙ୍କ ଖାତା ରହିଛି ଏବଂ ଅଳ୍ପ କିଛି ଟଙ୍କା ରହିଥିଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଦୁଇ ଜଣ ଯୁବକ କଳା ରଙ୍ଗର ସାର୍ଟ  ପିନ୍ଧିଥିବା ବେଳେ , ଡେଙ୍ଗା ଓ ୩୦ ବୟସର ଯୁବକ ହେବେ ବୋଲି ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟ ପକ୍ଷେ ଏହି ଯୁବକ ମାନେ ଅନେକ ସମୟରେ ଏହି ଜାତୀୟ ରାଜପଥ, ଅଳଗୁମ ରାସ୍ତା, ସାରଙ୍ଗଯୋଡି ରାସ୍ତା ସହିତ ବିଭିନ୍ନ ଯାଗାରେ ରାହଜାନି କରିଥାନ୍ତି । ବିଗତ ଦିନରେ ସତ୍ୟବାଦୀ ପୋଲିସ ଏମାନଙ୍କୁ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିବା ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବାର ଜଣାପଡିଛି । ପୁରୀ ଜିଲ୍ଲାରେ ନୂତନ ଭାବେ ଏସପି ଯୋଗ ଦେଇଛନ୍ତି ଜାତୀୟ ରାଜପଥ ଲୁଟେରା ମାନଙ୍କୁ ତୁରନ୍ତ ଠାବ କରିବା ପାଇଁ ଏସିପିଙ୍କ ନିକଟରେ ଜନସାଧାରଣଙ୍କ ପକ୍ଷରୁ  ଦାବି ହେଉଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts