Breaking News

ସେସୁ ମିଟର ରିଡିଙ୍ଗ ଓ ବିଲ କଲେକ୍ସନ କର୍ମଚାରୀଙ୍କ ଧାରଣା



ପୁରୀ--- ସେସୁ ମିଟର ରିଡିଙ୍ଗ ଓ ବିଲ କଲେକ୍ସନ କର୍ମଚାରୀ ସଂଘ ପୁରୀ (eefi ) ତରଫରୁ  ୫ଦଫା ଦାବୀ ନେଇ ସେସୁ  କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ  କାର୍ଯ୍ୟାଳୟ ସମୁଖରେ ୫୦ ଜଣ କର୍ମଚାରୀ କୋଭିଡି--୧୯ ନିୟମ ପାଳନ କରି ଧାରଣା ଦେଇଥିଲେ।  ଫନି ମହାବାତ୍ୟାରେ କାମ କରିଥିବା କର୍ମଚାରୀଙ୍କ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ଅନୁଯାଇ ଦରମା ପ୍ରଦାନ, ଈପିଏଫ କର୍ମଚାରୀଙ୍କ ତେଲ ବୋନସ ଓ ୫ଶହ କର୍ମଚାରୀଙ୍କର  ୮ମାସ ଧରି ଦରମା ବାକି ରହିଛି । କମ୍ପାନୀ ମାନେ ବିଦ୍ରୁତ କର୍ମଚାରୀଙ୍କ  ପ୍ରାପ୍ୟ ପ୍ରଦାନ ନକରି ଗତ ଜୁନ ମାସରେ ଛଟେଇ ନୋଟିସ ପ୍ରଦାନ କରିଛନ୍ତି ।   ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ଦାବୀରେ ଧାରଣ ଦେଇଥିଲେ।
 ସଂଘ ଉପସଭାପତି ତଥା citu ନେତା ଆଡ଼ଭୋକେଟ ଶ୍ରୀଯୁକ୍ତ ଶ୍ରୀକାନ୍ତ ପରିଜା ସଂଘ ସମ୍ପାଦକ ନୃସିଂହ ଚରଣ ଦାସ, ଏସ ଆଜାଦ, ଦୁଃଶାସନ ସାହୁ, ସନ୍ତୋଷ କୁମାର ମିଶ୍ର, ସୁଶାନ୍ତ ମିଶ୍ର, ସନାତନ ଦାସ, ସୂର୍ଯ୍ୟକାନ୍ତ ଦାସ, ଶରତ ଚନ୍ଦ୍ର ଦାସ, କିଶୋର ନାୟକ, ସତ୍ୟନାରାୟଣ ମହାରଣା ଆଦି ଦାବି କରିଥିଲେ। ସେସୁ ତଥା tpcodl କାର୍ଯ୍ୟନିର୍ବାହି ଧିକାରୀ ଶ୍ରୀ ଯୁକ୍ତ ଶିବ ପ୍ରସାଦ ସ୍ୱାଇଁ, ଓ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପି କେ ପାଣି ତତ୍ବାବଧାନରେ କର୍ମଚାରୀ ନେତା ମାନଙ୍କ ଦୀର୍ଘ ସମୟ ଆଲୋଚନା ପରେ ଉଭୟ ଅଧିକାରୀ ଧାରଣା  ସ୍ଥଳରେ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟମିତ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଖୁଵ କମ ସମୟ ମଧ୍ୟରେ ଘରୋଇ କମ୍ପାନୀ ମାନଙ୍କ ଉପରେ ଥିବା କର୍ମଚାରୀ ମାନଙ୍କ ଵକେୟା ପ୍ରାପ୍ୟ ପ୍ରଦାନ କରାଜିବ  ବୋଲି ପ୍ରତିଶୃତି ଦେଇ ଥିଲେ ।  କୋଣସି ଗୋଟିଏ ହେଲେ କର୍ମଚାରୀ ଶ୍ରମିକ ଛଟେଇ କରାଜିବ ନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେବା ପରେ ଧାରଣା  ଉଠିଥିଲା ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive