ପୁରୀ ସହର ରେ କୋଭିଡ ୧୯ ପରିଚାଳନା କୁ ନେଇ ପ୍ରଶାସନ ଓ ରାଜନୈତିକ ନେତୃବୃନ୍ଦ ଙ୍କ ସହ ବୈଠକ
ପୁରୀ---- ପୁରୀ ସର୍କିଟ ହାଉସ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ବଳବନ୍ତ ସିଂ ଙ୍କ ଅଧ୍ୟକ୍ଷତା ରେ ପୁରୀ ସହର ରେ କୋବିଦ-୧୯ ପରିଚାଳନା ସମ୍ବନ୍ଧରେ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଆଗାମୀ ଦିନ ମାନଙ୍କ ରେ ନେବାକୁ ଥିବା ପ୍ରଶାସନିକ କାର୍ଯ୍ୟ ଖସଡ଼ା ସମ୍ବନ୍ଧରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୁରୀର ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ, ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଙ୍କ ସମେତ ବିଭିନ୍ନ ଦଳ ର ପ୍ରତିନିଧି ମାନେ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସର୍ବ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାଶ ପାୱାର ପୋଇଁଟ ମାଧ୍ୟମ ରେ ଏଯାବତ କୋଭିଡ ୧୯ ପରିଚାଳନା ପରିପ୍ରେକ୍ଷୀରେ ନିଆ ଯାଇ ଥିବା ବିଭିନ୍ନ ପଦକ୍ଷେପ ଏବଂ ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସହର ର ସମସ୍ତ ୩୨ ଟି ୱାର୍ଡ ରେ ଯାଞ୍ଚ କମିଟି ଗଠନ ହୋଇଛି । ୪୦୦ ଜଣ ଙ୍କୁ ଆକ୍ଟିଭି ସଭୋଇଲିଆନସ ପାଇଁ ତାଲିମ ଦିଆ ଯାଇଛି । ରଥଯାତ୍ରା ପୂର୍ବ ରୁ ୩୨ଗୋଟି ସ୍ୱତନ୍ତ୍ର ସର୍ଭେ ଟିମ ୨୫୯୦ ସେବାୟତ ଙ୍କ ଗୃହ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରଥ ଯାତ୍ରା ସମୟ ରେ ବଡଦାଣ୍ଡ ଏବଂ ପାଖା ପାଖି ସାହି କୁ ସାନିଟାଇଜର କରିବା ସହ ଦ୍ଵିତୀୟ ପର୍ଯ୍ୟାୟ ରେ ସେବାୟତ ମାନଙ୍କ କୋଭିଡ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା ।ଏଥିସହ ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ଙ୍କ ମଧ୍ୟ୍ୟ କୋଭିଡ ପରୀକ୍ଷା କରାଯାଇଥିଲା। ଜୁଲାଇ ୧୦ ତାରିଖ ରୁ ୧୪ ତାରିଖ ମଧ୍ୟ ରେ ସେବାୟତ ମାନଙ୍କ ତୃତୀୟ ପର୍ଯ୍ୟାୟ ସ୍ୱାବ ଟେଷ୍ଟ କରା ଯିବ । ପୁରୀ ସହର ରେ ଅଦ୍ୟାବଧି ୮୧୧୨ ଜଣ ଙ୍କ କୋଭିଡ ଟେଷ୍ଟ କରାଯାଇଛି ଏବଂ ସେ ମଧ୍ୟରୁ ୨୩ ଜଣ ଙ୍କ ପୋଜିଟିଭ ରିପୋର୍ଟ ଆସିଛି I ପୁରୀ ର ମୋଟ ୯ ଟି ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି ।
ଜିଲାପାଳ ଆଗାମୀ ଦିନ ମାନଙ୍କରେ ପୁରୀ ସହର ରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ଏବଂ ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ଦେଇ ଉପସ୍ଥିତ ଜନ ପ୍ରତିନିଧି ଏବଂ ରାଜନୈତିକ ନେତୃବୃନ୍ଦ ଙ୍କ ସହଯୋଗ ଓ ଦିଗଦର୍ଶନ କାମନା କରିଥିଲେ । କରୋନା ରେ ମୃତ୍ଯୁ ବରଣ କରିଥିବା ବ୍ୟକ୍ତି ଙ୍କ ଶେଷ କୃତ୍ୟ ଷ୍ଟେର୍ଲିଙ୍ଗ ରିସର୍ଟ ପାଖ ନଈ ଅପର ପକ୍ଷ ରେ ଥିବା ସ୍ମଶାନ ଘାଟ ରେ ସମ୍ପନ୍ନ କରାଯିବା ପାଇଁ ସ୍ଥିର କରାଯାଇ ଥିଲା । ଏଥି ସହ ଶ୍ୱେତ ଗଙ୍ଗା ପୁଷ୍କରଣୀ ରେ ଶୁଦ୍ଧି କ୍ରିୟା ସ୍ନାନ ଆଦି ବର୍ତମାନ ପାଇଁ ବନ୍ଦ କରିବା ପାଇଁ ମତ ପ୍ରକାଶ କରାଯାଇଥିଲା । ଉପସ୍ଥିତ ସମସ୍ତେ ଆଲୋଚନା ରେ ସକାରାତ୍ମକ ଅଂଶ କରିବା ସମସ୍ତ ନିଷ୍ପତି ରେ ସହମତି ପ୍ରକାଶ କରିଥିଲେ । ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ବିଜୟ ଦାଶ ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ ।
ପୁରୀ ରୁ ଜୟନ୍ତ କୁମାର ସେଠୀ