Breaking News

କୁଜଙ୍ଗ ଅଞ୍ଚଳରେ ମାଙ୍କଡର ଉପଦ୍ରବ

କୁଜଙ୍ଗ----କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ବୈଷ୍ଣବ ସାହି ଠାରେ ଏକ ଦନ୍ତା ମାଙ୍କଡ ଯେ କି ଆଜକୁ ୧୦ଦିନ ହେବ ଉନ୍ନତକାଣ୍ଡ ଘଟାଇ ଚାଲିଛି । ଯାହାକୁ ନେଇ କୁଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  ମାଙ୍କଡଟି ଜଣଙ୍କ ପରେ ଜଣଙ୍କୁ କାମୁଡି ୧୦ଜଣକୁ ଆହତ କରିଛି । ଆଜି ମଧ୍ୟ ସେହିପରି ଉକ୍ତ ମାଙ୍କଡଟି ୰ ପରିଦାସଙ୍କ ପତ୍ନୀ ଶୁକ ଦାସ(୭୫)ଙ୍କୁ କାମୁଡି କ୍ଷତାକ୍ତ କରି ଦେଇଛି ।  ବନ କର୍ମଚାରୀମାନେ ଲଗାତାର ୧୦ଦିନ ଉକ୍ତ ମାଙ୍କଡଟିକୁ କାବୁ କରି ନପାରିଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି । ତେଣୁ ତୁରନ୍ତ ଏହି ମାଙ୍କଡକୁ କାବୁ କରିବା ପାଇଁ ବଳରାମପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts