Breaking News

ସାମାଜିକ ଦୂରତ୍ୱ ଓ ମାସ୍କ ନପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଜିଲ୍ଲାପାଳ

 ପୁରୀ- ମହାପ୍ରଭୁଙ୍କ ଅଧର ପଣା ନୀତି ସୁରୁଖୁରୁରେ ଶେଷ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ନୀତି ନିର୍ଘଣ୍ଟ ଅନୁଯାୟୀ  ସକାଳେ  ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି କାନ୍ତି କରାଯାଇଛି।ଅପରାହ୍ନ 4 ଟା ରୁ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପାଇଁ ପହଣ୍ଡି ଆରମ୍ଭ ହୋଇଛି ।
  ବାହୁଡା ସୁନା ବେଶ ପାଇଁ ଦୁଇ ଦିନ ପୁରୀ ଜିଲା ସଟ ଡାଉନ ଥିବାରୁ ଏହି ନୀୟମ ଲାଗୁ ହେବ ନାହିଁ ।ଅନ୍ୟପଟେ ପୁରୀ ଜିଲାପାଳ ଙ୍କ ସୂଚନା ଅନୁଯାୟୀ ପୁରୀ  ପୌରପାଳିକାର ୩୨ଟି ୱର୍ଡ ରେ ୩୨ଟି ଟିମ୍ ଗଠନ କରାଯାଇଛି। ସେମାନେ ଘରଘର ବୁଲି ସର୍ଭେ କରିବେ। ପ୍ରତେକ ପରିବାର ର ସଦସ୍ୟଙ୍କ ସ୍ୱାସ୍ତ୍ୟ ବିଷୟ ରେ ସୂଚନା ନିଆଯିବ। ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି। ୫ଟି ଈନଫୋରସମେଣ୍ଟ ଟିମ୍ ଆସନ୍ତାକାଲି ଠାରୁ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ  ଚଢାଉ କରିବେ। ସାମାଜିକ ଦୂରତ୍ୱ ନୀୟମ ଉଲଘଂନ ହେଲେ , ମାସ୍କ ନ ପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ଆଦାୟ  କରାଯିବ ବୋଲି ସୁଚନା ମିଳିଛି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts