Breaking News

ଲକଡାଉନକୁ ନେଇ ଜଟଣୀ ପୋଲିସର କଡା ଆଭିମୁଖ୍ୟ



 ଜଟଣୀ - ଅଠର ତାରିଖ ଠାରୁ ଆସନ୍ତା ଏକତିରିଶ ତାରିଖ ପର୍ଯ୍ୟନ୍ତ ଚାରୋଟି ଜିଲ୍ଲା ଓ ରାଉରକେଲାରେ ଲକଡାଉନ ଆରମ୍ଭ ହୋଇଛି । ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ କୌଣସି ବୁଝାବଣା ନକରି ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟ ସଚିବ ଅମିତ ତ୍ରିପାଠୀ ନିର୍ଦ୍ଧେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜଟଣୀ ପୋଲିସର ତତ୍ପରତା ଦେଖିବାକୁ ମିଳିଛି ।ସକାଳୁ ସକାଳୁ କିଛି ଆମାନିଆଙ୍କୁ ସାବାଡ଼ କରିବା ପାଇଁ ଜଟଣୀ ପୋଲିସ ସହରର ମୁଖ୍ୟ ରାସ୍ତାରେ ଥିବା ସୀତାରାମ ଛକ ଏବଂ ହରିଭାଇନା ଛକ ଠାରେ ଜଟଣୀ ଥାନା ଆଇଆଇସି ବିଶ୍ୱରଂଜନ ମହାପାତ୍ର ନିଜେ ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ସମୟରେ କିଛି ଅମାନିଆ ବିନାକାରଣରେ ବୁଲିବାର ଦେଖିବାକୁ ମିଳିଥିଲା । ଏହି ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ପ୍ରତେକ ଗାଡ଼ି ମଟରକୁ ଟିକିନିଖି ତଦାରଖ କରାଯାଇଥିଲା । ତୃଣମୂଳ ସ୍ଥରରେ ନିୟମ କାର୍ଯ୍ୟକାରୀତାରେ କୌଣସି ପ୍ରକାର କୋହଳ କରାଯିବନି ବୋଲି ଜଟଣୀ ଥାନା ଆଇଆଇସି କହିଥିଲେ । 
ଜଟଣୀରୁ - ରଙ୍ଗନାଥ ବେହେରା 

Popular Posts