ଲକ୍ଷା ଧିକ ଟଙ୍କାର ସମ୍ପତି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଗଲା
ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଞ୍ଚାୟତ କାଟଣା ଗ୍ରାମର ପ୍ରତାପ ଜେନା ଓ ପଦ୍ମନାଭ ଜେନାଙ୍କ ୪ ବଖର ଛଣ ଛପର ଘର ସହ ଏକ ଗୁହାଳ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି। ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ର କେତକ ସାମଗ୍ରୀ ଉକ୍ତ ଘରେ ରହୁଥିଲା ବେଳେ ତାହା ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ବରୀ ଅଗ୍ନିସେବା କେନ୍ଦ୍ରର ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ସରପଞ୍ଚ ଶରତ ଜେନା ଅଗ୍ନି ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ପାଲ ପ୍ରଦାନ କରିଛନ୍ତି।ଶନିବାର ବରୀ ତହସିଲଦାର ସରୋଜ କାନ୍ତ ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଗ୍ନି ବିପନ୍ନ ପରିବାରଙ୍କୁ ପଲିଥିନ ପ୍ରଦାନ କରିଛନ୍ତି। ଗ୍ରାମବାସୀ ଙ୍କ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଇଛି।
ଯାଜପୁର ବରୀ - ଦର୍ଶନ ବେହେରା