Breaking News

ସତ୍ୟବାଦୀ ତହସିଲଦାର ଗୋପବନ୍ଧୁଙ୍କ ଷଠି ଘର ପରିଦର୍ଶନ

ସାକ୍ଷୀଗୋପାଳ----  ସତ୍ୟବାଦୀ ତହସିଲଦାର ମନୋଜ ନାୟକ ଶୁକ୍ରବାର ଅପରାହ୍ନରେ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି । ଷଠିଘରେ ମହାପୁରୁଷ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ କରୋନା ମହାମାରୀ ସମ୍ପର୍କରେ ଗ୍ରାମ ବାସୀଙ୍କୁ ସଚେତନତା କରାଇଥିଲେ ।  ମୁହଁରେ ମାସ୍କ ବାନ୍ଧିବା ସହ , ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକତା ନଥିଲେ ଘରୁ ନ ବାହାରିବା ଓ ଗହଳି ସ୍ଥାନକୁ ନ ଯିବା ପାଇଁ ଲୋକମାନଙ୍କୁ ପରମର୍ଶ ଦେଇଥିଲେ ।   ଧୀରେନ୍ଦ୍ର ନାଥ ଦାସ, ଲକ୍ଷ୍ମୀକାନ୍ତ ନନ୍ଦ, ରବୀନ୍ଦ୍ର ନାଥ ଦାଶ, ହେମନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts