୧୮୫୭ ଜଣ ନିୟମ ଉଲ୍ଲଂଘନ କାରୀଙ୍କ ଠାରୁ ୩୯୩୧୫୦ ଟଙ୍କା ଜୋରିମାନା ଆଦାୟ
ପୁରୀ---- ପୁରୀ ସହର ର ସମସ୍ତ ୩୨ ଟି ୱାର୍ଡ ରେ ଡ୍ୟୃସିଏମସି ଗଠନ ହୋଇଥିବା ଏବଂ ଏଥିରେ ANM /ସ୍ୱାସ୍ଥ୍ୟ ସହାୟିକା ଙ୍କ ନେତୃତ୍ୱ୍ୱ ରେ ଆଶା କର୍ମୀ ,ସ୍ଵଛସାଥୀ ଏବଂ MAS /sHG ର ସଦସ୍ୟା ମାନେ ଅଛନ୍ତି । ୪୦୦ ଜଣ ଙ୍କୁ active surveillance ପାଇଁ ତାଲିମ ଦିଆ ଯାଇଥିଲା । ରଥଯାତ୍ରା ପୂର୍ବ ରୁ ୩୨ଗୋଟି ସ୍ୱତନ୍ତ୍ର ସର୍ଭେ ଟିମ ୨୫୯୦ ସେବାୟତ ଙ୍କ ଗୃହ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏବଂ ସମସ୍ତ ଙ୍କୁ ମାସ୍କ ଏବଂ sanitiser ଯୋଗାଇ ଦିଆ ଯାଇଥିଲା । ରଥ ଯାତ୍ରା ସମୟ ରେ ବଡଦାଣ୍ଡ ଏବଂ ପାଖା ପାଖି ସାହି କୁ sanitise କରିବା ସହ ଦ୍ଵିତୀୟ ପର୍ଯ୍ୟାୟ ରେ ସେବାୟତ ମାନଙ୍କ କୋଭିଡ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏଥିସହ ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ଙ୍କ ମଧ୍ୟ୍ୟ କୋଭିଡ ପରୀକ୍ଷା କରାଯାଇଥିଲା । ରଥ ଯାତ୍ରା ପରେ ୫ ଟି ENFORCEMENT SQUAD ଗଠନ କରାଯାଇ ୧୮୫୭ ଜଣ ନିୟମ ଉଲଂଘନ କାରୀ ଙ୍କ ଠାରୁ ବର୍ତ୍ତମାନ ସୁଧା ୩୯୩୧୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।