Breaking News

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ ସହ ସେପ୍ଟି କିଟ ପ୍ରଦାନ କଲା ଚେତନା ସାମାଜିକ ସଂଗଠନ


 ବରଗଡ଼---   ବରଗଡ଼ରେ ଚେତନା ସାମାଜିକ ସଂଗଠନ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇଥିଲା।   କୋଭିଡ- ୧୯ର  ଆଗ ଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ତଥା ଡାକ୍ତର ନର୍ସ, ପାରାମେଡିକଲ ଷ୍ଟାଫ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି "ଆଶା" ଦିଦିଙ୍କୁ ଅନୁଷ୍ଠାନ ପକ୍ଷରୁ ସେପ୍ଟିକିଟ ପ୍ରଦାନ କରାଯାଇଥିଲା ।  ଚେତନା ସାମାଜିକ ସଂଗଠନ ୨୫ଟି ଲେଖାଏଁ କରି ତିନୋଟି ପର୍ଯ୍ୟାୟ କ୍ରମେ  ମୋଟ ୭୫ଟି ସେପ୍ଟି କିଟ ନିଜ ଦାୟିତ୍ୱ ତୁଲାଉଥିବା ଆଶା ଦିଦି ମାନଙ୍କୁ ପ୍ରଦାନ କରିବାକୁ ସ୍ଥିର କରିଛି ।   କୋଭିଡ-୧୯ ର  ସରକାରୀ ନିୟମକୁ ପାଳନ କରି ଆଜି ୨୫ଜଣଙ୍କୁ ସେପ୍ଟିକିଟ ପ୍ରଦାନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।  ସମ୍ବାନୀତ ଅତିଥି ଭାବେ ବରଗଡ଼ ସଵ କଲେକ୍ଟର ପ୍ରଭାସ ଦଣ୍ଡସନା ଯୋଗଦେଇ ଯୋଦ୍ଧା ମାନେ କିପରି ଭାବରେ ସଂକ୍ରମିତ ଅଞ୍ଚଳକୁ ତଥା ସଂକ୍ରମଣ ନିକଟତର ସେପ୍ଟି କିଟ ବ୍ୟବହାର କରି ନିଜକୁ ସଂକ୍ରମିତ ରୁ ଦୁରେଇ ରଖିବେ ସେ ବିଷୟରେ ବୁଝାଇ ସେପ୍ଟି କିଟ ପ୍ରଦାନ କରିଥିଲେ। ଯାହା ଅଞ୍ଚଳରେ ଚେତନା ସାମାଜିକ ସଂଗଠନର ଏପରି ଅନନ୍ୟ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସନୀୟ ପଦକ୍ଷେପ ବୋଲି ଲୋକମାନେ କହନ୍ତି ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Popular Posts