Breaking News

ବାଲିଗୁଡାରେ ସଟଡାଉନ ସମୟରେ ପୋଲିସ ର କଡାକଡ଼ି ପେଟ୍ରୋଲିଙ୍ଗ



 କନ୍ଧମାଳ----  କନ୍ଧମାଳ ଜିଲ୍ଲା ରେ ସଂକ୍ରମଣ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଇ ମାସର ପ୍ରତେକ ସପ୍ତାହର ଶନିବାର ଏବଂ ରବିବାର ସମଗ୍ର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି ।  ଆଜି ବାଲିଗୁଡା ସହର ରେ ସଟଡାଉନ ର ପ୍ରଭାବ ଦେଖୁବାକୁ ମିଳିଛି । ରାସ୍ତା ଘାଟ ସବୁ ଶୂନସାନ ଦୋକାନ ବଜ଼ାର ସବୁ ବନ୍ଦ ରହିଛି । କେବେଳ ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଛାଡିଲେ ସବୁ ତାଲା ପଡିଥିବାର ଦେଖିବାକୁ ମିଳିଛି ।ଏପଟେ ପୋଲିସ ଗାଡି ସଖାଳୁ ସଖାଳୁ ପ୍ରତି ସାହି  ରେ ପେଟ୍ରୋଲିଙ୍ଗି କରାଯାଇଛି।  ପ୍ରତି ଛକ ମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି । ବାଲିଗୁଡା ଆଖ ପାଖ ଗାଁ ଗୁଡିକ ମଧ୍ୟ୍ୟ ପେଟ୍ରୋଲିଙ୍ଗ କରାଯାଇଛି ।  ଅଯଥା ଘରୁ ନ ବାହାରି ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ  କହିଥିଲେ  ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରା  । ରାସ୍ତା ରେ ଯାଉଥିବା ବାଇକି ଚାଳକ ଙ୍କ ର କାଗଜ ପତ୍ର ଯାଞ୍ଚ  କରିବା ସହ ଲୋକ ମାନଙ୍କୁ ନିହାତି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ  ଲୋକମାନଙ୍କୁସଚେତନତା କରିବା ସହ  ସ୍ଥିତି ଅନୁଧ୍ୟାନ କରିଥିଲେ ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ  ।  
କନ୍ଧମାଳରୁ ମନୋଜ କୁମାର ପଣ୍ଡା 

Blog Archive

Popular Posts