Breaking News

ବରକେରାରେ ବୃକ୍ଷ ରୋପଣ

ଡେଲାଙ୍ଗ --- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମରେ ବନମହୋତ୍ସବ ସପ୍ତାହର ଅନ୍ତିମ ଦିବସରେ  ପ୍ରକୃତି ପ୍ରେମି ଶିକ୍ଷକ ମିଟୁ କିଶୋର ପ୍ରଧାନ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ପୁରତନ ଛାତ୍ର ପ୍ରଶାନ୍ତ କୁମାର ପରିଡା ଗ୍ରାମରେ ଥିବା ଗାଈପଡିଆ ଦଣ୍ଡାରେ ବୃକ୍ଷ ରୋପଣ କରିଛନ୍ତି । ରାଜ୍ୟରେ କରୋନା ଯୋଗୁ ସବୁ ବନ୍ଦ ରହିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି । ମାତ୍ର ଜଙ୍ଗଲ ବିଭାଗର ଜଣେ ହେଲେ କର୍ମଚାରୀଙ୍କର ଏଠାରେ ଦେଖାନାହିଁ । ସେମାନେ କଣାସ ଅଞ୍ଚଳର ଏକ ଅନୁଷ୍ଠାନକୁ କିଛି ଅର୍ଥ ଓ ଚାରା ଦେଇକି ଚାଲି ଯାଇଛନ୍ତି ବୋଲି ଜଣାପଡିଛି । ଉକ୍ତ ଅନୁଷ୍ଠାନ କୌଣସି ଏକ ବିଦ୍ୟାଳୟରେ ବନମହେତ୍ସବ ପାଳନ କରି ଫଟୋ ଉଠାଇ ଦେଇ ବନମହୋତ୍ସବ ଅର୍ଥ ହରିଲୁଟ କରିଥାନ୍ତି ବୋଲି ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts