ମନ୍ଦିର ପ୍ରଶାସନର ବିନା ଅନୁମତିରେ ଜଗନ୍ନାଥ ଜମିରେ ଚାଲିଛି ବନିକରଣ, ସରକାରୀ ଅର୍ଥର ଆତ୍ମସାତ ହେଉଥିବା ଅଭିଯୋଗ
ଜଟଣୀ----- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତିର ଜଟଣୀ ମୈାଜାରେ ଥିବା ଶହଶହ ଏକର ଜମିକୁ ମାଫିଆମାନେ ମାଡିବସିଛନ୍ତି । ଜଟଣୀ ତହସିଲ ଅନ୍ତର୍ଗତ ଛଣଘର ମୈାଜାରେ ରହିଥିବା ୪୦ ଏକର ଜମିରେ ବେଆଇନଭାବେ ସରକାରୀ ଅର୍ଥର ଅପବ୍ୟବହାରରେ ବୃକ୍ଷକାଟି ବନିକରଣ କରାଯାଉଛି । ମନ୍ଦିର ପ୍ରଶାସନର ବିନାନୁମତିରେ ଜଗନ୍ନାଥ ଜମିରେ ବନିକରଣ କରାଯାଉଛି । ଜିଲା ଓ ବ୍ଲକ ପ୍ରଶାସନର ଅଜ୍ଞାତରେ ବିନା ପଲିସଭାରେ ପଞ୍ଚାୟତ ଅଞ୍ଚଳରେ ବନିକରଣ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଉଛି । କିଛି ଜନସାଧାରଣ ଜିଲାପାଳଙ୍କ ଦ୍ୱାରସ୍ଥ ହେବାଲାଗି ସଜବାଜ ହୋଇଥିବା ଜଣାପଡିଛି । ଉକ୍ତ ଜମିରେ ରହିଥିବା ବୃକ୍ଷ ଗୁଡିକୁ ଜେସିବି ମାଧ୍ୟମରେ ଉଛେଦ କରାଯାଇ ବନିକରଣ କରାଯାଉଛି । ଫଳରେ ଏଥିରେ ରହୁଥିବା ଜିବଯନ୍ତୁ ଅକ୍ଳାନ୍ତରେ ମରିବା ସହିତ ପରିବେଶ ନଷ୍ଟ ହେବା ସହିତ ଗ୍ରାମ୍ୟ ସବୁଜିମା କ୍ଷତିଗ୍ରସ୍ତ ହୋଇଛି । ଓଡିଶା ସରକାରଙ୍କ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଖୋର୍ଦ୍ଧାଙ୍କ ପକ୍ଷରୁ ଏହି ଜଗନ୍ନାଥ ଜମିରେ ବୃକ୍ଷରୋପଣ ପାଇଁ ୨୨ଲକ୍ଷ ୮୬ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଅର୍ଥ ମଜୁଂର ହୋଇଛି । ତେବେ ଏହି ଜଗନ୍ନାଥ ଜମିରେ ବୃକ୍ଷରୋପଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୈାଣସି ନିର୍ଦ୍ଧେଶନାମା ଅର୍ଥାତ ଅନୁମତି ନେଇନାହାନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ବେଆଇନଭାବେ ବନିକରଣ ପ୍ରତି ପ୍ରଶାସନ ତଦନ୍ତ ଆରମ୍ଭ କରିବାକୁ ବୃଦ୍ଧିଜିବୀ ମହଲରେ ଦାବି କରାଯାଇଛି ।