Breaking News

କରୋନା ଚଡକ: ଜଟଣୀରେ ଲକଡାଉନ ପ୍ରଭାବରେ ରାକ୍ଷୀ ବ୍ୟବସାୟୀ ପ୍ରଭାବିତ



ଜଟଣୀ---- ଜଟଣୀ ଅଞ୍ଚଳର ପ୍ରମୁଖ ସିଜିନ ବ୍ୟବସାୟ ପାଇଁ ବେଶ ଜଣାଶୁଣା । ମହାମାରୀ କରୋନା ବ୍ୟବସାୟକୁ ପ୍ରଭାବିତ କରିଛି । ଏବେ ହୋଲସେଲର ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସମସ୍ତ ଦୋକାନରେ ତାଲା ଝୁଲୁଛି, ଖୁଚୁରା ବ୍ୟବସାୟୀମାନେ ଆମ ସହିତ ଯୋଗାଯୋଗ କରୁନାହାନ୍ତି । ଯେଉଁମାନେ ଫୋନଯୋଗେ ଅର୍ଡର ଦେଉଛନ୍ତି ସେମାନେ ପୁଲିସର ଧରପଗଡକୁ ଡରି ଆସୁନାହାନ୍ତି । ତେବେ ଏପରି ସ୍ଥିତିରେ ଚିନ୍ତାରେ ପଡ଼ିଛନ୍ତି ହୋଲସେଲର ବ୍ୟବସାୟୀମାନେ ବୋଲି କହନ୍ତି । ତେଣୁ ଆଗକୁ ରାକ୍ଷୀ ପୁର୍ଣିମା ରହିଛି, ଯଦି ସରକାର ଆମ ପ୍ରତି ସଦୟବାନ ହୋଇ କୌଣସି ପନ୍ଥା ବାହାର କରନ୍ତେ ତେବେ ଚଳିତ ବର୍ଷ କିଛିକାଂଶରେ ବ୍ୟବସାୟ ହୋଇଯାଅନ୍ତା । ଗମାପୁର୍ଣ୍ଣମୀ ତଥା ରାକ୍ଷୀ ପର୍ବ ଏକ ପାରମ୍ପରିକ ଗଣ ପର୍ବ । ଜାତି ଧର୍ମ ବର୍ଣ ନିର୍ବିଶେଷରେ ଏହି ପର୍ବର ପରମ୍ପରା ନିଆରା ଅଟେ । ଜଟଣୀରେ ଏହି ପର୍ବକୁ ପ୍ରତ୍ୟେକ ଧର୍ମର ଲୋକମାନେ ପାଳନ କରୁଥିବାରୁ ରାକ୍ଷୀ ବ୍ୟବସାୟ ପ୍ରତ୍ୟେକ ବର୍ଷ ଉଚକୋଟିର ହୋଇଥାଏ । ମାତ୍ର ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଏହି ପର୍ବକୁ ଲୋକେ କିଛିକାଂଶରେ ବାଦ ଦେବା ଆଶା କରାଯାଉଛି । ଅନ୍ୟ ପକ୍ଷରେ ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ପରମ୍ପରାକୁ ବଜାୟ ରଖିବାର ପ୍ରଥା ରହିଥିବା ବେଳେ ଏହାକୁ ପ୍ରତ୍ୟେକ ଘରେ କରୋନା ଆଇନକୁ ମାନି ପାଳନ କରିପାରିବେ । କୌଣସି ସ୍ଥାନକୁ ପଠାଇବାକୁ ହେଲେ ଡାକସେବା, କୋରୀୟର ପ୍ରଭୃତିର ବ୍ୟବସ୍ଥା ପ୍ରଚଳିତ ରହିଛି । ଏହା ଏକ ହସ୍ତଶିଳ୍ପ ସାମଗ୍ରୀ, ବିଶେଷଭାବେ ଏହାକୁ ପରିବାରର ମହିଳା.ପୁରୁଷ ଓ ପିଲାମାନେ ଘରେ ତିଆରି କରିଥାନ୍ତି । ୬ମାସ ଆଗରୁ ରାକ୍ଷୀ ଯୋଗାଇ ଦେବାଲାଗି କାରିଗର ପରିବାରଙ୍କୁ ଅର୍ଡର କରାଯାଇଥାଏ । ହୋଲସେଲର ମାନେ ଖୁଚୁରା ବ୍ୟବସାୟୀମାନଙ୍କ ଚାହିଦା ଅନୁସାରେ  ମାଲ ମଗାଇଥାନ୍ତି । ଚଳିତ ବର୍ଷ ମଧ୍ୟ କେତେକ ଖୁଚୁରା ବ୍ୟବସାୟୀ ଓ ଛୋଟ ହୋଲସେଲମାନେ ଅର୍ଡର କରିଥିଲେ । ମାତ୍ର ଲକତାରନ ଘୋଷଣା ହେବାପରେ ଆମ ପାଖରେ ଥିବା ଶତବର୍ଷର ବଳକା ମାଲ ସହିତ ଚଳିତ ବର୍ଷର ଅତ୍ୟାଧୁନିକ ମାଲ ଗୋଦାମ ଘରେ ଆସି ଜମାହୋଇ ପଡିଛି । ପ୍ୟାକେଟ ଖୋଲା ହୋଇପାରି ନାହିଁ । ବର୍ତମାନ ସ୍ଥିତିରେ ମାଲ ଦେଇଥିବା କାରିଗର ମାନଙ୍କୁ  ସେମାନଙ୍କ ପାରିଶ୍ରମିକ ଦେବାଲାଗି ସମସ୍ୟା ଉପୁଜିଲାଣି ବୋଲି କେତେକ ବ୍ୟବସାୟୀ ମାନେ କହନ୍ତି । ତେବେ ଏନେଇ ଜଟଣୀ ସିଜିନବ୍ୟବସାୟର ପୁରୁଧା କୁହାଯାଉଥିବା ମନୋଜ ସିଜିନ ସେଣ୍ଟର ମାଲିକ ମନୋଜ କୁମାର ସାହୁ କହନ୍ତି, ଚଳିତ ବର୍ଷ କରୋନା ଯୋଗୁଁ ବ୍ୟବସାୟ ପ୍ରଭାବିତ ହେବ । ଆମେ ଗଣମାଧ୍ୟମ ପ୍ରତିନିଧୀଙ୍କ ଜରିଆରେ ସରକାରଙ୍କୁ ନିବେଦନ କରୁଛି ଯେ, ଆମ ବ୍ୟବସାୟ ପାଇଁ କିଛି ଉପାୟ ବାହାର କରନ୍ତୁ । ଆମ ନିକଟକୁ ଆସୁଥିବା ଖୁଚୁରା ବ୍ୟବସାୟୀ ଓ ହୋଲସେଲରମାନଙ୍କୁ ଅର୍ଡର ମାଧ୍ୟମରେ ମାଲ ଯୋଗାଇବା ପାଇଁ  ନିର୍ଦ୍ଦେଶ  କରିବାକୁ ନିବେଦନ କରୁଛି । ସେହିପରି ରେଳପଥ ମାର୍କେଟରେ ଥିବା ପ୍ରମୋଦ ସିଜିନ ସେଣ୍ଟର ପରିଚାଳକ ପ୍ରମୋଦ କୁମାର ଦାସ କୁହନ୍ତି   ସିଜିନ ବ୍ୟବସାୟୀମାନଙ୍କ ଉପରେ ଚତକ ପଡିଛି । ଦୋକାନରେ ମାଲ ରହିଛି ବ୍ୟବସାୟ କରିପାରୁ ନାହୁଁ । ଘାତକ ସାଜିଥିବା ମହାମାରୀ କରୋନା ଯୋଗୁଁ ଚାରିଆତେ ସମସ୍ୟା ରହିଛି ।  ଏହି କ୍ରମରେ ଲଳିତ ଭଣ୍ଡାରର ପରିଚାଳକ ଲଲାଟେନ୍ଦୁ ବେବର୍ତ୍ତା କୁହନ୍ତି ଜଟଣୀ ସିଜିନ ସେଣ୍ଟର କରିଥିବା ବ୍ୟବସାୟୀ ଭାଇମାନେ ମିଳିତଭାବେ ଜଟଣୀ ବିଧାୟକଙ୍କ ଜରିଆରେ ଜିଲାପାଳ ଓ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିବୁ । ଆମକୁ  ଖୁଚୁରା ଓ ହୋଲସେଲରମାନଙ୍କୁ ମାଲ ଯୋଗାଇଦେବା ପାଇଁ ପ୍ରସ୍ତୁତଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ କରାଯାଉଥିବା ଧରପଗତକୁ ଆମ ବ୍ୟବସାୟୀମାନଙ୍କ ପାଇଁ କୋହଳ କରନ୍ତୁ । 
 ଜଟଣୀରୁ -ରଙ୍ଗନାଥ ବେହେରା  

Blog Archive

Popular Posts