Breaking News

କରୋନା ଯୋଦ୍ଧାଙ୍କୁ କରୋନା,୫ଦିନ ପାଇଁ ସଟ୍‌ଡାଉନ୍‌ ହେଲା ଜିଲ୍ଲା ଡାକ୍ତର ଖାନା


ବରଗଡ---  ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୫ଦିନପାଇଁ ସଟ୍‌ଡାଉନ୍‌ କରାଯାଇଛି। ଡାକ୍ତରଖାନାର ଜଣେ କାର୍ଯ୍ୟରତ କରୋନା ଯୋଦ୍ଧା ଆକ୍ରାନ୍ତ ଥିବା ଜାଣିପାରି ଡାକ୍ତରଖାନା କୁ ରବିବାର ଦିନ ଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରାଯାଇଥିବା ଜିଲ୍ଲା ମୁଖ୍ୟ ଅଧିକାରୀ ଡ଼ ମେହେରଙ୍କ ପକ୍ଷରୁ ସୂଚନା ମିଳିଛି।ସେହିପରି ଡାକ୍ତରଖାନାକୁ ସାନିଟାଇଜ୍‌ କରା -ଯିବା ସହ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତର ଅସୁସ୍ଥମାନଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି । ଅସୁସ୍ଥ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାର ପରେ ସେମାନଙ୍କୁ ଡିସ୍‌ଚାର୍ଜ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ରୋଗୀ ଆସିଲେ ଆବଶ୍ୟକ ସ୍ଥଳେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି। ଅନ୍ୟ ପକ୍ଷରେ ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା କ୍ଲିନିକ ଓ ମେଡ଼ିକାଲ ଷ୍ଟୋରକୁ ସଟ୍‌ଡାଉନ୍‌ କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ହୋମ୍‌ କ୍ବାରାଣ୍ଟାଇନ୍‌ ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ......

Blog Archive

Popular Posts