ଅତାବିରାରେ ପୁଣି କରୋନା ଆତଙ୍କ,କରୋନାକୁ ଆମନ୍ତ୍ରଣ କଲା କରୋନା ଯୋଦ୍ଧା
ବରଗଡ଼--- ବିଶ୍ୱବ୍ୟାପୀ କରୋନା ସାରା ବିଶ୍ୱରେ ତାର ତାଣ୍ଡବ ଲୀଳା ରଚି ଲୋକଙ୍କ ଜୀବନକୁ ଥରାଇ ଦେଇ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇପଡିଛି। ଏବେ ପୁଣି ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ କରୋନା ଭୟ ଖେଳିଯାଇଛି। ସୂଚନାଯୋଗ୍ୟ ଅନୁଯାୟୀ ବରଗଡ଼ କଟାପାଳି ସଂସ୍ପର୍ଶରେ ଆସି ଜଣେ ଆଶାକର୍ମୀଙ୍କୁ ପଜିଟିବ ଚିହ୍ନଟ ହୋଇଛନ୍ତି ।ଯାହା ସରକାରୀ ନିୟମକୁ ଖାତିର ନକରି ଆଗଧାଡ଼ିର କରୋନା ଯୋଦ୍ଧା ବୋଲାଉ ଥିବା ସେଇ ଆଶାକର୍ମୀ ଜଣକ ଗତ ୨୭ତାରିଖ ଦିନ ଅତାବିରା ବ୍ଲକ ଦୁଲମପୁର ପଞ୍ଚାୟତର ରଙ୍ଗିଆଟିକ୍ରା ବାହାଘର ଭୋଜି ଖାଇବାକୁ ଯିବା ସହ ଦୁଲମପୁରରେ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ । ଏବେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ସ୍ଥାନୀୟ ପ୍ରଶାସନ ଅତିରିକ୍ତ ତହସିଲଦାର ଶୌର୍ଯ୍ୟ ରଞ୍ଜନ ମିଶ୍ର,ମେଡ଼ିକାଲ ଅଫିସର ରବି ନାରାୟଣ ମିଶ୍ର ସଦଲବଳେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ପରେ ଦୁଲମପୁର ପଞ୍ଚାୟତର କୋଭିଡ କଲେକ୍ଟର ତଥା ସରପଞ୍ଚଙ୍କୁ ଦାୟିତ୍ୱ ଦେଇ ରଙ୍ଗିଆ ଟିକ୍ରା କୁ ସଟ ଡାଉନ କରିବା ସହ ଦୁଲମପୁର ଗାଁ ଲୋକଙ୍କୁ ପଚରାଉଚୁରା କରି ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ସ୍ୱାବ ଟେଷ୍ଟ ନ ଆସିଛି ସେ ପର୍ଯ୍ୟନ୍ତ ହୋମ କରୋଣ୍ଟାଇନରେ ରହିବା ପାଇଁ ନିର୍ଦେଶ ଜାରି ରହିଛି।ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ନିଜେ କରୋନା ଯୋଦ୍ଧା କିପରି ଭାବେ ସରକାରୀ ନିୟମକୁ ବେଖାତିର କରୁଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ