Breaking News

ଓଡ଼ଗାଁ ଏନ.ଏ ସି ସମେତ ୨୦ଗ୍ରାମ କଣ୍ଟେନମେଣ୍ଟ ଏବଂ ୧୫ ଗ୍ରାମ ବଫର ଜୋନ ଘୋଷିତ


 ଓଡ଼ଗାଁ/ କୁରାଳ---- ସୁନାମୁହିଁ ବାହ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମୋଟ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଞ୍ଚଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ପ୍ରଶାସନ ୫ଟି ପଞ୍ଚା ୟତର ୨୦ ଗାଁ ଏବଂ ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।  ୧୫ଟି ଗ୍ରାମକୁ ବଫର ଜୋନ୍ ଘୋଷଣା କରାଯାଇଛି । ସୂଚନାସାରେ, ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ତାଙ୍କ ସଂମ୍ପର୍କୀୟଙ୍କୁ କରୋନା ହୋଇଥିବା ଜଣାଯାଇଥିଲା । ମାତ୍ର ଗତକାଲି ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୁନାମୁହିଁ ଅଞ୍ଚଳର ୧୦ ଜଣଙ୍କୁ କରୋନା ହୋଇଥିବା ଏବଂ କୁରାଳ ସଂଗରୋଧରେ ରହିଥିବା ବାହ୍ୟ ଆକ୍ରାନ୍ତ ସଂମ୍ପର୍କୀୟ ୪ ଜଣଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ମହିଳା, ୫ ଜଣ ପୁରୁଷ ଏବଂ ୪ ଜଣ ଶିଶୁ ଅଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲ୍ଲା ପ୍ରଶାସନ କୋଭିଡ୍ ହସ୍ପିଅଟାଲ ସ୍ଥାନାନ୍ତରିତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗଂଜାମ ଜିଲ୍ଲା ବୁଗୁଡ଼ାରେ ରହିଥିବାରୁ ପ୍ରଶାସନ ଗଂଜାମ ଜିଲ୍ଲା ପ୍ରଶାସନ ମାଧ୍ୟମରେ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି । ଏହାକୁ ନେଇ ଓଡ଼ଗାଁ ବ୍ଲକ ରେ ଭୟର ବାତାବରଣ ଖେଳି ଯାଇଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ଓଡ଼ଗାଁ ବ୍ଲକର କୁରାଳ, କୋମଣ୍ଡ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରିପଡ଼ା ପଞ୍ଚାୟତର ୨୦ ଖଣ୍ଡ ଗ୍ରାମ ସମେତ ଓ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦକୁ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ବିଧିବଧ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହି ସବୁ ଅଞ୍ଚଳରେ  କଟକଣା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରଶାସନ ଏହି ଅଞ୍ଚଳରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କରୋନା ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିବ ବୋଲି ଜଣାଯାଇଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts