ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ
ନୟାଗଡ଼ - ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବା ନୟାଗଡ ସହର ଯଦୁମଣି ନଗରର ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟକୁ ସୂଚନା ଆସିଅଛି । ସୂଚନାନୁସାରେ, ନୟାଗଡ଼ର ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ଗୋଟିଏ ଦିନରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାମୁସାହି, ଦେବତ୍ତୋର କଲୋନୀ ଏବଂ ଯଦୁମଣୀନଗରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ଜିଲ୍ଲା ପ୍ରଶାସନ କୋଭିଡ୍ ହସ୍ପିଟାଲ ପଠାଇଥିବା ବେଳେ ଆଜି ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ