Breaking News

ଭକ୍ତଦାସିଆ ପୀଠରେ ଦେବସ୍ନାନ ପୁଣ୍ଣିମା କରୋନା ଯୋଗୁ ଫିକା ପଡିଲା

ଡେଲାଙ୍ଗ----ବାଲିଗାଁସ୍ଥିତ ଭକ୍ତ ଶିରୋମଣୀ ଦାସିଆଙ୍କ ପୀଠରେ ମହାପ୍ରଭୁ  ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତିକୁ ଅନୁସରଣ କରି ଚତୁର୍ଥାମୃର୍ତିଙ୍କ ଦେବସ୍ନାନ ନିମନ୍ତେ ସ୍ନାନ ମଣ୍ଡପ ପୁଜା,ଠାକୁରଙ୍କ ପହଣ୍ଡି,ପବିତ୍ର ୧୦୮ କଳସ ଜଳରେ ସ୍ନାନ କରାଯାଇ ଗଜାନନ ବେଶ କରାଯାଇଥିଲା । ଅପରାହ୍ନରେ ମହାପ୍ରସାଦ ଭୋଗ ସହିତ ସଂଦ୍ଧ୍ୟାରେ ଆଳତି ପରେ ଅଣସର ପିଣ୍ଡିଙ୍କୁ ଠାକୁରଙ୍କୁ ବାହୁଡା ବିଜେ କରାଯାଇଥିଲା । ଏହି ସ୍ନାନ ପର୍ବ ଅବସରରେ ମହାପ୍ରଭୂ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ଭୁଦେବୀ,ଶ୍ରୀଦେବୀ,ମଦନ ମୋହନ ଏବଂ ଗୁରୁଣ୍ଡି  ଗୋପାଳ ଙ୍କୁ ସ୍ନାନ ବେଦୀରେ ସୁସଜିତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥିଲା ।  ଅନୁଷ୍ଠାନର ମୁଖ୍ୟ ନ୍ୟାସି ଅଧ୍ୟାପିକା ଡ.ପ୍ରତିଭା ମହାରଥି,ବରିଷ୍ଠ ସଦସ୍ୟ ବିଜୟ କୁମାର ଦାଶ,ଅଜୁନ୍ନ ଚରଣ ସାମଲ,ହୃଷିକେଶ ଜେନା,ସରୋଜ କୁମାର ସାହ.ଅନୁଷ୍ଠାନର ସମ୍ପାଦକ ଡ.ଘନଶ୍ୟାମ ସ୍ୱାଇଁ ପ୍ରମୁଖଙ୍କ ସହିତ ଗ୍ରାମ ଓ ଆଖପାଖ ଗ୍ରାମବାସୀ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts