Breaking News

ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ



ଓଡ଼ଗାଁ/କୁରାଳ-ନୟାଗଡ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଐତିହାସିକ ଶକ୍ତିପୀଠ ଓଡ଼ଗାଁ ନିକଟସ୍ଥ ଦଣ୍ଡୋର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ "ମା ପାଣିଷଣ୍ଢ"ଙ୍କ ମନ୍ଦିର ଠାରେ ଚତୁର୍ଦ୍ଦଶତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉତ୍କଟ କରୋନା ମହାମାରୀର ବିଭୀଷିକାକୁ ଦୃଷ୍ଟିରେ ରଖି ଅଂଶଗ୍ରହଣ କରିଥିବା ସମସ୍ତ ଭକ୍ତ ନାକରେ ମୁଖା ବ୍ୟବହାର କରି ଯଜ୍ଞ ସ୍ଥଳର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ। ସରକାରୀ ନିୟମ ଅନୁଯାୟୀ କମ୍ ରୁ କମ୍ ଭକ୍ତ ନିରାଡ଼ମ୍ବର ଭାବରେ ରାମତାରକ ମନ୍ତ୍ରରେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ରାଜ୍ୟ ଓ ଦେଶ ଶୀଘ୍ର କରୋନା ମୁକ୍ତ ହେଉ ବୋଲି କାମନା କରିଥିଲେ। ଦୀର୍ଘ ତିନିଦିନ ଧରି ହେଉଥିବା ଯଜ୍ଞକୁ ସଂକ୍ଷିପ୍ତ କରି ଗୋଟିଏ ଦିନରେ ଯଜ୍ଞ ପୂର୍ଣ୍ଣାହୁତି କରାଯାଇଛି। ଏଥିରେ କର୍ତ୍ତା-ଡକ୍ଟର ଅଧିବାସ ପଣ୍ଡା ଓ ପ୍ରଧାନ ଆଚାର୍ଯ୍ୟ ରୂପେ ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟ ନିର୍ବାହ କରିଥିଲେ।ପୁସ୍ତକାଚାର୍ଯ୍ୟ-ଦୁର୍ଗମାଧଵ ତ୍ରିପାଠୀ।ଚରୁ-ଲଳିତ ମୋହନ ତ୍ରିପାଠୀ।
ସମିଧ-ଦିନମଣୀ ଆଚାର୍ଯ୍ୟ ଯଜ୍ଞ କର୍ମ କର୍ମାଣୀ ସମ୍ପାଦନା କରିଥିଲେ।ଗ୍ରାମ ସଭାପତି-ରଘୁନାଥ ବେହେରା।
ଗ୍ରାମ ସମ୍ପାଦକ ଭିକ୍ଷାକାରୀ ବିଶୋଇ ସରକାରୀ ନିୟମ ପାଳନ ଏବଂ ଯଜ୍ଞ ର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts