ଓଡ଼ଗାଁ ଅଞ୍ଚଳରୁ ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ଗାଁ/କୁରାଳ - ଦିନକୁ ଦିନ ଓଡ଼ଗାଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂଖ୍ୟା ଯେତେ ବଢୁଛି ଲୋକେ କରୋନା ନିମିତ୍ତ ଲାଗୁହୋଇଥିବା କଟକଣାକୁ ସେତେ ହାଲ୍କାକାରେ ନେଉଛନ୍ତି ।
ନୟାଗଡ଼ ଜିଲ୍ଲାରେ ଆଜିଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ଓଡ଼ଗାଁ ଅଂଚଳର ୬ ଜଣ ଅଟନ୍ତି । ସେଥି ମଧ୍ୟରୁ ଗିରିଡ଼ିପଲ୍ଲୀ ଗ୍ରାମପଞ୍ଚାୟତ ଝାଡ ସାହି ସଙ୍ଗରୋଧ ଗୃହରୁ ୨,ରଂଗଣିପାଟଣା ଗ୍ରାମପଞ୍ଚାୟତ ଗୋଡିପଲ୍ଲୀ ସଙ୍ଗରୋଧ ଗୃହରୁ ୩ ,ସୁନାମୁଁହି ସଙ୍ଗରୋଧ ଗୃହର ଜଣେ ଅଟନ୍ତି ।ଗତକାଲି ମଧ୍ୟରାତ୍ରରେ ସମସ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ