ଗଜାନନ ବେଶରେ ଦର୍ଶନଦେଲେ ପ୍ରଭୁ ଦଧିବାମନ
ଓଡ଼ଗାଁ/କୁରାଳ- ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ସହକାରେ ଅନୁଷ୍ଠିତ ହୋଇଅଛି ।୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଦଧିବାମନ ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଏବଂ ଗୌଡ଼ପୁଟ ଗ୍ରାମରେ ବିଜେ ପ୍ରଭୁ ଦଧିବାମନ ଜୀଉଙ୍କର ସ୍ନାନ ପୂର୍ଣ୍ଣିମା କରୋନା କଟକଣା ଯୋଗୁଁ ଅଳ୍ପସଂଖ୍ୟକ ଭକ୍ତରେ ସମାପନ ହୋଇଅଛି । ସ୍ନାନ ମଣ୍ଡପକୁ ନେବାପରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ