Breaking News

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

ବରଗଡ଼----   ବହୁ ଆଗରୁ ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳ ର୍ଦୁନୀତିର ଗନ୍ତାଘର ବୋଲି ଲୋକମାନେ ଅଭିଯୋଗ କରିଛନ୍ତ । ଏବେ ଆରମ୍ଭ ହୋଇଛି ଭିଜିଲାନ୍ସ ବିଭାଗର ଚଢ଼ାଉ । ଏନଏସି ଓ ବ୍ଲକ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିବା ପାଇଁ ଜଣସାଧାରଣଙ୍କ ପକ୍ଷରୁ ଦାବି ହେଉଛି।  ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଚକୁଳି ଫାର୍ମଠାରେ ଥିବା କୃଷି ସଶକ୍ତିକରଣ କେନ୍ଦ୍ର ରେ ନିଯୁକ୍ତ ଥିବା ପୂର୍ବତନ କୃଷି ପରିଚାଳକ ଅଧିକାରୀ ଫକୀର କର୍ଣ୍ଣ ଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ସହିତ ସରକାରୀ ପଇସା ର ହେରଫେର ଅଭିଯୋଗ ହୋଇ ଆସୁଥିଲା ।   ଆଜି ସମ୍ବଲପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ପାଞ୍ଚଟି ଜାଗାରେ ୧୫ ଜଣିଆ ଟିମ ଦ୍ୱାରା ଚଢ଼ାଉ କରାଯାଇଛି । ତାଙ୍କ ସରକାରୀ ବାସଭବନ ଓ ତାଙ୍କ ନିଜ ଗ୍ରାମ ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ପଞ୍ଚାୟତ ନିକଟ ଭୁତ ଟିକ୍ରା ଠାରେ ଥିବା ବାସଭବନ ଓ ସୁନ୍ଦରଗଡ ରେ ଥିବା ନର୍ସିଂ ଟ୍ରେନିଂ ସେଣ୍ଟର ସହିତ ଭୁବନେଶ୍ୱର ରେ ଥିବା ତାଙ୍କ ଭଡା ଦିଆଯାଇଥିବା ଘର ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି । ତାଙ୍କ ପାଖରୁ ନଗଦ ଏକ ଲକ୍ଷ ସତୁରି ହଜାର ଟଙ୍କା , ତିନୋଟି ବୀମା ପତ୍ର , କିଛି  ଜମି କାଗଜ ପତ୍ର , ବିଭିନ୍ନ ବ୍ୟାଙ୍କ ର ପାସବୁକ । ତିନି ଲକ୍ଷ ଅଶୀ ହଜାର ଟଙ୍କା ଏବଂ ଲକ୍ଷେ ତେର ହଜାର ଟଙ୍କାର ସୁନା ଗହଣା ସହିତ ଚାରି ପାଞ୍ଚଟି ଦାମୀ ଭିଆଇପି ଗାଡି ଠାବ କରାଯାଇଛି । ଏହି ଭିଜିଲାନ୍ସ ଚଡାଉ ରେ ଡ଼ିଏସପି ପରମେଶ୍ୱର କିଷାନ ,ଇନ୍ସପେକ୍ଟର ସୋନପୁର ଅଭିମନ୍ୟୁ ପଧାନ , ଇନ୍ସପେକ୍ଟର ପୁନିତା ବଗାଇ ଏବଂ ଇନ୍ସପେକ୍ଟର ଏସକେ ସାହୁ ସମ୍ବଲପୁର ଚଢ଼ାଉ ଜାରି ରଖିଛନ୍ତି ।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts