Breaking News

ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ ଉପରେ ବିପଦପୂର୍ଣ୍ଣ ବ୍ରିଜ

ସାକ୍ଷୀଗୋପାଳ----- ପୁରୀ ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ମାଳତିପାଟପୁର ରେଳୱ ଷ୍ଟେସନ ଠାରୁ ଅଳ୍ପ ଦୁରରେ ରହିଛି ଏକ ବ୍ରିଜ । ଏହି ବ୍ରିଜଟି ବହୁ ପୁରାତନ ଏହାର ନାମ କାଠପୋଲ ବ୍ରିଜ ଭାବେ ବେଶ ପରିଚିତ । ପୁରୀ ଭୁବନେଶ୍ୱର ରାସ୍ତା ନବୀକରଣ ସମୟରେ ଏହି ବ୍ରିଜ ପାଖରେ ଅନ୍ୟ ଏକ ବ୍ରିଜ କରାଯାଇଥିଲା । ଏବେ ଏହି ବ୍ରିଜଟି ବିପଦପୂର୍ଣ୍ଣକୁ ଚାଲି ଯାଇଥିବା ଜଣାପଡିବା ପରେ  ଏନ. ଏଚ କତ୍ତୃପକ୍ଷ  ବ୍ରିଜର ଦୁଇ ପଟୁ ସିଲ କରିଛନ୍ତି । ଚନ୍ଦନପୁର ବାଇପାସଠାରେ ରାସ୍ତାସିଲ କରାଯିବା ଫଳରେ ଗୋଟିଏ ରାସ୍ତାରେ ଯିବା ଆସିବା କରାଯାଉଛି । ମାତ୍ର ସେଠାରେ ପୋଲିସ ବା ଟ୍ରାଫିକ ପୋଲିସ ରଖାଯାଇନାହିଁ । ଯାହା ଫଳରେକି ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଅନ୍ୟ ପକ୍ଷେ ସିଲ କରାଯାଇଥିବା ରାସ୍ତାରେ ଜଗୁଆଳି ନ ଥିବାରୁ ଲୋକମାନେ ବାଉଁଶ ଖୋଲି ଦେଇ ଯିବା ଆସିବା କରୁଛନ୍ତି । ଯାହା ଫଳରେକି କେତେବେଳେ ଦୁର୍ଘଟଣା ଘଟିବ ତାହା କହିବା ବଡକଷ୍ଟକର ହୋଇପଡିଛି । ତୁରନ୍ତ ଏନ.ଏଚ କତ୍ତୃପକ୍ଷ ଉକ୍ତ ବ୍ରିଜକୁ କାମ କରି ରାସ୍ତା ଖୋଲିବାକୁ ଜନସାଧାରଣରେ ଦାବି ହେଉଛି ।
  ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts