Breaking News

ଭାରତୀୟ ଯବାନ ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ନୀରବ ପ୍ରାର୍ଥନା

ଡେଲାଙ୍ଗ ----- ଲଦାଖର ତାଇୱାନ ଉପତ୍ୟାକାରେ ଭାରତ- ଚୀନ ସେନା ମୁହାଁମୁହିଁ ହେବାରୁ ସୀମା ପରିସ୍ଥିତ ସଙ୍ଗୀନ ହୋଇଉଠିଛି । ସୋମବାର ରାତିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବିନା ଗୁଳିଗୋଳାରେ ବଡ ଧରଣର ସଂଘର୍ଷ ଘଟିଛି । ଏଥିରେ କର୍ଣ୍ଣେଲ ସମେତ ୨୦ ଜଣ ଭାରତୀୟ ଯବାନ ନିହତ ହୋଇଛନ୍ତି । ଭାରତୀୟ ସେନାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ସହିଦ ଯବାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଭାରତ ମାତାକିଜୟ, ବୀର ଯବାନ ଅମର ରହେ ସ୍କୋଗାନ ଦେଇ ଶୋଭାଯାତ୍ରା ଟି ବରକେରା ଗ୍ରାମ ପରିକ୍ରମା କରାଯାଇଥିଲା । ଶିକ୍ଷକ ମିଟୁ  କିଶୋର ପ୍ରଧାନ, ମଞ୍ଜୁଲତା ପ୍ରଧାନ, ପୁରୁଷୋତ୍ତମ  ନାୟକ, ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ, ଗ୍ରାମ୍ୟ କମିଟି ର ସଭାପତି ଗୋବିନ୍ଦ ଚନ୍ଦ୍ର ମାହୁନ୍ତ, ସମ୍ପାଦକ ବିମ୍ବାଧର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ  ଜଟାଧାରୀ ପରିଡା, ସମାଜସେବୀ ଲେନିନ ପ୍ରଧାନ, େ୪ତ୍ରବାସୀ ପ୍ରଧାନ,କାଳନ୍ଦୀ ପରିଡା, ଅସୀତ କୁମାର ପରିଡା, ଅଙ୍ଗଡ଼ବାଡି ସହାୟିକା ଚାରୁବାଳା ପ୍ରଧାନ, ଅନୁସୟା ପରିଡା, ୱାର୍ଡ ସଭ୍ୟ ବିବେକାନନ୍ଦ ସାହୁ, ସଞ୍ଜୁକ୍ତା ପରିଡା ସହିତ ଗାମବାସୀ ଓ ଜନସାଧାରଣ ମାନେ ଯୋଗ ଦେଇଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts