ମନ୍ଦିର ଫଟୋ ଭାଇରାଲ ହେବାପରେ ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ ----ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ଭିତର ଫଟୋ କେହି ଉତ୍ତୋଳନ କରି ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଛି । ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସାକ୍ଷୀଗୋପିନାଥ ମନ୍ଦିର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଥିବାରୁ ମନ୍ଦିରକୁ ଯାତ୍ରୀ ବା କୈଣସି ଭକ୍ତ ଯାଉନାହାନ୍ତି । କେବଳ ମନ୍ଦିର ସେବାୟତ ମାନଙ୍କ ଦ୍ୱାରା ଠାକୁରଙ୍କ ନୀତିକାନ୍ତି କରାଯାଉଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଏ ସମ୍ପର୍କରେ ପଚାରାଉଚାରା କରିବାରେ କେହି କିଛି ଜାଣି ନାହାନ୍ତି ବୋଲି କହନ୍ତି । ଏଣୁ ପୋଲିସର ସାହାର୍ଯ୍ୟ ନେବା ସହ ସଠିକ ତଦନ୍ତ କରି ପକ୍ୟୃତ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଦାବି କରାଯାଇଛି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ