Breaking News

ଡେଲାଙ୍ଗ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖାଲି


ଡେଲାଙ୍ଗ ----  ଡେଲାଙ୍ଗ  କୋଠବାଡ ଗ୍ରାମ ପଞ୍ଚାୟତର ପକ୍ଷରୁ ଡେଲାଙ୍ଗ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖାଲି କରାଯାଇଛି । ବିଭିନ୍ନ ରାଜ୍ୟରୁ  ୬୨ ଜଣ  ପୁରୁଷ ମହିଳା ରହିଥିଲେ । ୫୫ ଜଣ ପୁରୁଷ ରହିଥିବା ବେଳେ ୭ ଜଣ ମହିଳା ରହିଥିଲେ ।  ପ୍ରବାସୀ ଓଡିଆ ୧୪ ଦିନ ଏଠାରେ  କେନ୍ଦ୍ରରେ ରହିବା ପରେ କୋଭିଡ-୧୯ ନିୟମ ଅନୁଯାୟୀ ସେମାନଙ୍କୁ ନିଜ ନିଜ ଘରକୁ ପଠାଯାଇଛି । ଘରକୁ ଯିବା ସମୟରେ କୋଭିଡ-୧୯ର ପ୍ରମାଣପତ୍ର ଦିଆଯାଇଛି ।  ନିଜ ନିଜ ଘରେ ସାତଦିନ ସଂଗରୋଧରେ ରହିବା ପାଇଁ ସରପଞ୍ଚ ରମାଦେବୀ ରାଉତରାୟ ପରମର୍ଶ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଦୁର୍ଗାପ୍ରସାଦ ରାଉତରାୟ, ବ୍ଳକ ଜନମଙ୍ଗଳ ଅଧିକାରୀ ଶେଷଦେବ ରାଉତରାୟ, ଶିକ୍ଷକ ଅଭୟ ଚରଣ ସାହୁ, ନାରୟଣ ବରାଳ, ସୁବାଷ ଚନ୍ଦ୍ର ବେହେରା, ସୋମନାଥ ବେହେରା, ଅଙ୍ଗନୱାର୍ଡି କର୍ମୀ ଜୟନ୍ତୀ ପ୍ରଧାନ, ପ୍ରମିଳା ମହାପାତ୍ର, ସ୍ୱପ୍ନାରାଣୀ ସିଂ, ସୁଶ୍ରୀ ମହାରଣା,  ଆଶାଦିଦି ପ୍ରଭାତି ସ୍ୱାଇଁ, ଶାନ୍ତିଲତା ବେହେରା, ହାସିନା ବିବି ପ୍ରଭାସୀ ଓଡିଆ ମାନଙ୍କୁ ବିଦାୟ ଦେବା ସମୟରେ ଫୁଲ ପକାଇ ବିଦାୟ ଦିଆଯାଇଥିଲା । ଡେଲାଙ୍ଗ ମେଡିକାଲ ଅଧିକାରୀ ସନ୍ତୋଷ ତ୍ରିପାଠୀ ଓ ମହିଳା ସ୍ୱାସ୍ଥ୍ୟ କର୍ମିୀ ରେଖା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts