ଖବର ପ୍ରକାଶିତ ହେବା ପରେ ଜଳସେଚନ ବିଭାଗର ତତ୍ପରତା ପ୍ରକାଶ
ଡେଲାଙ୍ଗ ( ଅମୃତ ମିଡିଆ) ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଘୋରଡିଆ ଠାରୁ କଣାସ ମେନ କେନାଲ ରାସ୍ତା ସମ୍ମନ୍ଦୀୟ ଏକ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋବା ପରେ ଜଳସେଚନ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଏହି ରାସ୍ତାକୁ ନେଇ ଦୁଇ ଗ୍ରାମବାସି ଆନ୍ଦୋଳନକୁ ଓହ୍ଳାଇବା ପାଇଁ ଚେତାବନୀ ଦେଇଥିଲେ । କଣାସ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମକରା ବେହେରାଙ୍କ ତତ୍ୱବଧାନରେ କେନାଲ ରାସ୍ତା ଉପରେ ଖାଲ ଖମା ଗୁଡିକରେ ଠିଆ ହୋଇଥିବା ପାଣି ଗୁଡିକ ନିଷ୍କାସନ ପାଇଁ ରାସ୍ତା କଟା ଚାଲିଛି । ବହୁ ଶିଘ୍ର ଏହି ରାସ୍ତା କାର୍ଯ୍ୟ କରାଯିବ ବୋଲି ସହକାରୀଯନ୍ତ୍ରୀ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି