Breaking News

ହେ ବୀର ତୁମକୁ ପଣାମ ଜଣାଉଛି ପୁରୀର ସାହିଭାଇ

ପୁରୀ ---- ଚୀନ ସେନାଙ୍କ ସହିତ ସୋମବାର ରାତିରେ ବିନା ଗୁଳିଗୋଳାରେ ଲଢ଼େଇ କରି ଭାରତ- ଚୀନ ସୀମାରେ ଭାରତର୨୦ ଜଣ ବୀର ଯବାନ ଶହୀଦ ହୋଇଛନ୍ତି । ରାଷ୍ଟ୍ର ପାଇଁ ନିଜ ଜୀବନକୁ ସେମାନେ ସମର୍ପଣ  କରିଛନ୍ତି । ସେମାନେ ହେଉଛନ୍ତି ଭାରତ ମାତାର ସୁଯୋଗ୍ୟତମ ବୀର ସନ୍ତାନ ବୋଲି ସାହିଭାଇ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ସାହିଭାଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଅପରାହ୍ନରେ ଗୁଣ୍ଡିଚା ମନ୍ଦିର  ସମ୍ମୁଖରେ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି  ଦିଆଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣାଙ୍କ ନେତୃତ୍ୱରେ ବୀର ଯବାନଙ୍କ ଜୟ ଗାନ କରିବା ସହ ହେ ବୀର ତୁମକୁ ପ୍ରଣାମ ଜଣାଉଛି ସାହିଭାଇ କାର୍ଯ୍ୟକ୍ରମ କରାଯାଇଥିଲା । ରାଜ୍ୟରେ କୋଭିଡ-୧୯ ନିୟମ ପାଳନ କରିବା ସହ ଉପସ୍ଥିତ ଥିବା ସଦସ୍ୟ ମାନେ ସାମାଜିକ ଦୁରତା ରକ୍ଷା କରିଥିଲେ । 
ଧୀରେନ୍ଦ୍ର ସେନାପତି 

Blog Archive

Popular Posts