ମାରୁତୀ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ
ପିପିଲି--- ରାଜ୍ୟରେ କରୋନା ଭୂତାଣୁ କମିବାର ନାଁଗନ୍ଦ ଧରୁ ନାହିଁ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । କରୋନା ସମୟରେ ରାଜ୍ୟ ସରକାର ଲକ ଡାଉନ ଜାରି କରିଛନ୍ତି । ଜଶସାଧାରଣ ଘରେ ରହିଥିବା ବେଳେ ଏବଂ ସେମାନଙ୍କୁ ସୁରକ୍ଷିତ ରଖିବାପାଇଁ ଦିନରାତି ନିଜ ପରିବାରଙ୍କୁ ଛାଡି ପୋଲିସ, ଡାକ୍ତର, ସାମ୍ବାଦିକ, ଅଙ୍ଗନୱାଡି, ଆଶା ଦିଦି ଅହରହ ଉଦ୍ଦ୍ୟମ କରୁଛନ୍ତି । ରାଜ୍ୟ ସରକାର ଏମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ପିପିଲି ମାରୁତୀ ସେନା ପକ୍ଷରୁ ପିପିଲି ଏସଡିପିଓ ଦେବ ଦତ୍ତ ବରାଳ, ପିପିଲି ତହସିଲଦାର, ଥାନା ଆଇଆଇସି ଶରତ କୁମାର ସାହୁ, ଏସ ଆଇ ସନ୍ଧୀପ କୁମାର ଦାସ, ସଂଗ୍ରମିତା ଚାନ୍ଦ, ସୁରୁମା ସ୍ୱାଇଁ, ଏ ଏସଆଇ ରବୀନ୍ଦ୍ର ନାୟକ, ସନ୍ତୁ କୁମାର ନାୟକ, ସେସଦେବ ସୁବୁଦ୍ଧିଙ୍କ ସହିତ ପିପିଲି ଥାନାର ସମସ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଉପଢ଼ୌକନ ସହ ମାନପତ୍ର ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଛି । ମାରୁତୀ ସେନାର ରାଜ୍ୟ ସଭାପତି ପଫୁ ଦଳବେହେରା ଙ୍କ ନେତୃତ୍ୱରେ ପିପିଲି ମାରୁତୀ ସେନାର ସୁକାନ୍ତ ପରିଡା, ରୀନା ପରିଡା, ଜୟକୃଷ୍ଣ ପରିଡା, ସୂର୍ଯ୍ୟକାନ୍ତ ଦାଶ ରଶ୍ମି ପରିଡା ଓ ସତ୍ୟବାଦୀ ଶାଖାର ସଭାପତି ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପିପିଲିରୁ ବିଜୟ କୁମାର ମହାପାତ୍ର