Breaking News

ଅତାବିରା ରେ କୃଷି ମନ୍ତ୍ରୀ ଓ ବରଗଡ଼ ଡି ଆର ଙ୍କ କୁଶ ପୁତ୍ତଳିକା ଦାହ


 N Das
Atabira
ବରଗଡ଼------- ବରଗଡ ଜିଲ୍ଲାର ଅତାବିରା ରେ ଚାଷୀ ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି । ଚାଷୀ ମାନଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ସେମାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ଏହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ଚାଷୀ ମାନେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଓ ବରଗଡ ଡି ଆର ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।   
 ଚାଷୀ ମାନେ ସରକାର କରିଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବା ବେଳେ ଏହାର ସମାଧାନ କରାଯାଉ ନାହିଁ । ଅନ୍ୟ ପକ୍ଷେ  ଓଡିଶା ର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ଏହା ଏକ  ନିନ୍ଦନୀୟ ଘଟଣା ହୋଇଛି ।  ସରକାର କାହିଁକି ଚୁପ ରହୁଛନ୍ତି ତାହା ଜଣାପଡୁ ନାହିଁ । ଏ ସରକାର ଚାଷୀଙ୍କ ସରକାର ବୋଲି କହୁଥିବା ବେଳେ ଅନ୍ୟ ପଟେ ପେଟରେ ଲାତ ମାରିବାପାଇଁ ଏ-ବ୍ୟବସ୍ଥା କରୁଛନ୍ତି ବୋଲି ଚାଷୀ ମାନେ କହନ୍ତି । ଅଞ୍ଚଳ ର ସମସ୍ତ ଚାଷୀ ମିଶି ଗତ ଦୁଇ ଦିନ ହେଲା ଧାନ ବିକ୍ରୟ ବନ୍ଦ କରି ଶାନ୍ତି ଶୃଙ୍ଖଳା ସହ ଆନ୍ଦୋଳନ   କରିଛନ୍ତି । ଏହି ଅବସରରେ ସରକାରୀ ଅଫିସ ମାନ ବନ୍ଦ କରିଛନ୍ତି  ।  ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଚାଷୀ ମାନେ ଦେଇଥିଲେ ।  ଆସନ୍ତା କାଲି ସମସ୍ତ ଦୋକାନ ବଜାର ବନ୍ଦ କରିବାର ନିଷ୍ପତ୍ତି ମଧ୍ୟ ନେଇଛନ୍ତି ଚାଷୀ। ଅପରାହ୍ନରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts