Breaking News

ମତାବାଜ ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା

ହାଟଡିହି----- ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ମତାବାଜ ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତକ ଜଣକ ହେଉଛନ୍ତି ଗୋବିନ୍ଦ କାଣ୍ଡି (୨୨) । ସେ ଗତକାଲି ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ଆଜି ଗାଁ ଠାରୁ ଏକ କିଲୋମିଟର ଦୁର ଏକ ଗଛରେ ତାର ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ବିଲକକୁ ଧାନ କାଟିବାକୁ ଯିବାବେଳେ କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପାଖରେ ସାଇକେଲଟିଏ ରଖା ଯାଇଥିବାବେଳେ କିଛି ଲୋକ ପ୍ରେମ ଜନିତ ବ୍ୟାପାରରୁ ଗୋବିନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି । ଘରଠାରୁ ଏତେ ଦୁରରେ ଜଣେ କାହିଁକି ଆସି ଆତ୍ମହତ୍ୟା କରିବ ତାହାକୁ ନେଇ ଜନସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି । ହାଟଡିହିରୁ ବିକାଶ ବିଶ୍ୱାଳ
 B Biswal
hatadhi

Blog Archive

Popular Posts