Breaking News

ସାକ୍ଷୀଗୋପାଳରେ ଶ୍ରୀ ଜଗନ୍ନାଥ ଚେତନାର ପଦଯାତ୍ରୀ


ସାକ୍ଷୀଗୋପାଳ -----  ଶ୍ରୀ ଜଗନ୍ନାଥ ଚେତନା ଜ୍ରାଗତ କରିବା ଲକ୍ଷ୍ୟ ନେଇ ପୁରୀର ନିଳାଦ୍ରି ସତ୍ସଘଂ, ଚାରଣ ଗୋଷ୍ଠୀ ଓ ବିଶ୍ୱ ଜଗନ୍ନାଥ ଚେତନା ସଂସଦ ପକ୍ଷରୁ ରବିବାର ଶ୍ରୀ କ୍ଷେତ୍ରରୁ ସାକ୍ଷୀଗୋପାଳ ବେଷ୍ଠବ ପୀଠ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରକୁ ପଦଯାତ୍ରା କରି ଆସିଥିଲେ  । ଏହି ଯାତ୍ରାରେ ଶ୍ରୀ ଜଗନ୍ନାଥ ମହାମନ୍ତ୍ର, କୃଷ୍ଣସହସ୍ରନାମ ପାଠ କରି ପୁରୁଷ ମହିଳା ମାନେ ବଜାର ଦେଇ ଏକ ଚେତନା ଶୋଭାଯାତ୍ରାରେ ଆସିଥିଲେ  । ମନ୍ଦିର ପରିସରରେ ଏକ ହରିନାମ କୀର୍ତ୍ତନ ସଭାର ଆୟୋଜନ କରାଯାଇଥିଲା  । ପ୍ରତିବର୍ଷ ଭଳି କାର୍ତ୍ତିକ ମାସରେ ପୁରୀରୁ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ  । ଏହି ପଦଯାତ୍ରୀ ଦଳଙ୍କୁ ସାକ୍ଷୀଗୋପିନାଥ ସେବାୟତ ସଂଘ ଓ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କ ତୁଳସି ପ୍ରଦାନ ସହିତ ସ୍ୱଗତ କରାଯାଇଥିଲା  । ସ୍ଥାନୀୟ ଜଗନ୍ନାଥ ପ୍ରେମୀ ଓ କୃଷ୍ଣ ଚେତନାରେ ଅଭିମନ୍ତ୍ରିତ ଭକ୍ତ ମାନେ ଆସିଥିବା ପଦଯାତ୍ରୀ ଦଳ ସହିତ ଅଂଶ ଗ୍ରହଣ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts