Breaking News

ଗୋପବନ୍ଧୁଙ୍କ ଜନ୍ମ ପୀଠକୁ; ଐତିହ୍ୟସ୍ଥଳ କରିବା ପାଇଁ ଆରମ୍ଭ ହେଲା ପୟାସ

ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମରେ  ଉତ୍କଳମଣି ପଣ୍ଡିତ  ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ତାଙ୍କର ସ୍ମୃତି ରକ୍ଷା କରିବା ସହ ଏହାକୁ ଐତିହ୍ୟସ୍ଥଳ ଭାବେ ଘୋଷଣା କରାଯିବା ପାଇଁ ଜିଲ୍ଲା ଓ ବ୍ଳକ ପ୍ରଶାସନ ପକ୍ଷରୁ ପୟାସ ଆରମ୍ଭ ହୋଇଯାଇଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ତତ୍ୃତ୍ୱଧାନରେ ରବିବାର ମଧ୍ୟାହ୍ନରେ ଏଡିଏମ ପ୍ରଦୀପ୍ତ କୁମାର ସାହୁ, ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଅତିରିକ୍ତି ଜିଲ୍ଲା ସୁଚନା ଅଧିକାରୀ ଜିତେନ୍ଦ୍ର କୁମାର ଜେନା, ବଳଙ୍ଗା ଉପଖଣ୍ଡ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ବିରଞ୍ଚି କୁମାର ସେନାପତି, ପଣ୍ଡିଚେରୀରୁ ଆସିଥିବା ଆରଟି ଟ୍ରେର୍ଚର ଅଶୋକ ପଣ୍ଡା, ସହଯୋଗୀ ଶ୍ରୀଦେବୀ, ଅରୁଲଙ୍କ ସହିତ ବଳରାମପୁରଗଡ ରାଜସ୍ୱ ନୀରିକ୍ଷକ , ବିଦ୍ୟାଧରପୁର ସରପଞ୍ଚ ରଶ୍ମିତା ପ୍ରଧାନ ପ୍ରମୁଖ ଗୋପବନ୍ଧୁଙ୍କ ଷଠୀ ଘରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି  । ଏହି ଅବସରରେ ଗୋପବନ୍ଧୁଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା ନିମନ୍ତେ ଏକ ଐତିହ୍ୟ ସ୍ଥଳ କରିବା ପାଇଁ  ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସର୍ମ୍ପକରେ ଆଲେଚନା କରିଥିଲେ  । ମାତ୍ର ଷଡୀ ଘର ଅଳ୍ପ ଯାଗା ଥିବାରୁ ଏଠାରେ କରାଯାଇଥିବା ନକ୍ସା ମୁତାବକ ଘର କରିବା ସମ୍ବବପର ନୁହେଁ ବୋଲି ଜଣାପଡିଛି । ଏହା ପରେ ନିକଟରେ ଥିବା ଏକ ଯାଗା ପରିଦର୍ଶନ କରିଛନ୍ତି । ବହୁ ଶିଘ୍ର ଏ ସମ୍ପର୍କରେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଆଲେଚନା କରିବା ପାଇଁ ଏଡିଏମ ଶ୍ରୀ ସାହୁ  ତହସିଲଦାରଙ୍କୁ ଦାୟତ୍ୱ ଦେଇଛନ୍ତି ।  ସୁଆଣ୍ଡୋକୁ ୪୦ ଫୁଟ ଓସାରର ରାସ୍ତା କରିବା ସହିତ ଭାର୍ଗବୀ ନଦୀର ସୁଆଣ୍ଡୋ ଗ୍ରାମ ମୁଣ୍ଡରେ ଏକ ସୁନ୍ଦର ପାହାଚ କରିବା ପାଇଁ ଜଳସଚେନ ବିଭାଗୀୟ ଅଧିକାରୀଙ୍କୁ ଏଡିଏମ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଅର୍ଥ ଯୋଗଇ ଦିଆଯିବ ବୋଲି ଏଡିଏମ ଶ୍ରୀ ସାହୁ କହିଛନ୍ତି । ଗ୍ରାମ ଦାଣ୍ଡ ସଫା ସୁତରା କରିବା ସହ ଅଧିକ ଚଉଡା କରିବା ପାଇଁ ବିଡିଓଙ୍କୁ ଏଡିଏମ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି  । ବହୁ ଶିଘ୍ର ସୁଆଣ୍ଡେ ଗ୍ରାମ୍ୟରାସ୍ତା କାମ କରାଯିବ ବୋଲି ବିଡିଓ ଶ୍ରୀ ଦତ୍ତ କରିଛନ୍ତି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts