Breaking News

ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ବୃକ୍ଷ ରୋପଣ କଲେ ମୋ ପରିବାରର ଅଧ୍ୟକ୍ଷ


 ଡେଲାଙ୍ଗ ----  ପୁରୀ ଜିଲ୍ଲର ଡେଲାଙ୍ଗ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡଁପୁରସ୍ଥିତ ଆଭା କେନ୍ଦ୍ର ପରିଦର୍ଶନ କରିଛନ୍ତି ଓଡିଶା ସରକାରଙ୍କ ମୋ ପରିବାରର ଅଧ୍ୟକ୍ଷ ତଥା ମୁମ୍ବାଇ ପୋଲିସରପୂର୍ବତନ କମିଶନର ଅରୁପ ପଟ୍ଟନାୟକ । ସେ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିସରରେ ଏକ ଆମ୍ବ ବୃକ୍ଷ ରୋପଣ କରିବା ସହ ଅନ୍ତେବାସୀ ମାନଙ୍କ ସହିତ ମିଶିକି ସେମାନଙ୍କ ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିଥିଲେ  । ତାଙ୍କର ନିଜସ୍ୱ ସ୍ୱେଚ୍ଛାସେବୀ କୋଣାର୍କ କ୍ୟାନସର ଫାଉଣ୍ଡେସନ ପକ୍ଷରୁ ଅନ୍ତୋବସୀ ମାନଙ୍କ ପାଇଁ ରାସନ ସମାଗ୍ରୀ ପ୍ରଦାନ କରିଥିଲେ  । ଏହି ଅବସରରେ ଅନୁଷ୍ଠାନର ସଭାପତି ସୁଧୀର କୁମାର ଦାଶ, ସମ୍ପାଦକ ଦୁର୍ଯ୍ୟେଧନ ପରିଡା, ସମାଜସେବୀ ଡ. କ୍ଷେତ୍ରବାସୀ ପ୍ରଧାନ, କେନ୍ଦ୍ରର କେୟାର ଟେକର ବାଲୁଙ୍କେଶ୍ୱର ପରିଡା ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱଗତ ଓ ସମ୍ବର୍ଦ୍ଧିତ କରିଥିଲେ  । ଡେଲାଙ୍ଗ ଭଳି ଅଞ୍ଚଳରେ ଏପରି ଏକ ସୁନ୍ଦର  ଅନୁଷ୍ଠାନ ରହିଛି ତାହା କେବେ ମୁଁ ବିଶ୍ୱାସ କରିପାରୁନାହିଁ ବୋଲି କହିଥିଲେ  ।  ସମୟ ମିଳିଲେ ମୁଁ ଏଠାକୁ ନିଶ୍ଚୟ ଆସିବି ବୋଲି କହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts