ପରିବା କିଣି ଫେରୁଥିବା ବେଳେ ଗଛର ଡାଳ ପଡି ଛାତ୍ର ର ମୃତ୍ୟୁ
ଯାଜପୁର------ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ଶରଣ ଦାସ ଙ୍କ ପୁଅ ଶଙ୍କର ଦାସ ୧୪ (ଦଶମ ଶ୍ରେଣୀର ଛାତ୍ର) ଗଛର ଶୁଖିଲା ଡାଳ ତାଙ୍କ ଉପରେ ଭାଙ୍ଗି ପଡିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ କେତେ ବେଳେ କେଉଁ ଭାବରେ ଆସେ ତାହା କେହି ଜାଣିନଥାନ୍ତି । ସେହି ଘଟଣା ଶଙ୍କରଙ୍କ ର ହୋଇଛି । ଗୁରୁ ଦିବସ ରେ ଗୁରୁ ଙ୍କୁ ପୂଜା କରି ଘରକୁ ଫେରିଥିଲା । ଘରପାଖ କାଇପଡା ହାଟରୁ ପରିବା କିଣି ଘରକୁ ଫେରୁଥିବା ବେଳେ ହାଟ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ଥିବା ବରଗଛ ର ଏକ ଶୁଖିଲା ଡାଳ ଭାଙ୍ଗିପଡି ତାଙ୍କ ମୁଣ୍ଡରେ ପଡିଥିଲା ।ସେଠାରେ ଶଙ୍କର ଅଚେତ ହେଇପଡିଥିଲେ ଓ ସେଠାରେ ଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ବରି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।