Breaking News

ଓଡ଼ଗାଁରେ ନାବାଳକ ନିଖୋଜ


ଓଡ଼ଗାଁ ----- ଗତକାଲି ସନ୍ଧ୍ୟାରେ  ଶ୍ରୀରାମ ନଗରରୁ ନାବାଳକ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି ।  ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ମେଧାବୀ ଛାତ୍ର ଓଡ଼ଗାଁରେ ନିଜ ମଉସା କାଳିଆ ସାହୁଙ୍କ ଘରେ ରହି ଆଦର୍ଶ ବିଦ୍ୟାଳୟରେ ପଢୁଥିଲେ। ଘରୋଇ ଟିଉସନ ଯିବା ପରେ ଆଉ ଘରକୁ ଫେରିନଥିଲେ। ପ୍ରଥମେ ସନ୍ଧ୍ୟା ୫ଟା ରୁ ୬ଟା  ଟିଉସନ ସରିବାପରେ ପୁଣି ୬ଟା ୩୦ ରୁ ୮ଟା ପର୍ଯ୍ୟନ୍ତ ଥିବା  ୨ୟ ଟିଉସନକୁ ଯାଇନଥିଲେ ।  ଟିଉସନରୁ ଫେରିବା ବିଳମ୍ବ ହେବାରୁ ରାଜେନ୍ଦ୍ରଙ୍କ ମଉଷା ଟିଉସନ କରୁଥିବା ଦିଦି ଏବଂ ପରେ ରାଜେନ୍ଦ୍ରଙ୍କ ବାପା ସ୍ଥାନୀୟ ଗୋଡିପାଟଣାର ନିରଞ୍ଜନ ସାହୁଙ୍କୁ ଫୋନ ଯୋଗେ ଏ ସମ୍ପର୍କରେ ଅବଗତ କରାଇଥିଲେ । ସେ ଗଲାବେଳେ ନୀଳ ରଙ୍ଗର ଏକ ଜିନ୍ସ ପ୍ୟାଣ୍ଟ ଏବଂ ଧଳା ରଙ୍ଗର ଶାର୍ଟ ପିନ୍ଧିଥିଲେ।ବହୁ ଖୋଜା ଖୋଜି କରିବା ପରେ ରାଜେନ୍ଦ୍ରଙ୍କ କୌଣସି ସନ୍ଧାନ ନମିଳିବା ପରେ ଏ ନେଇ ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଯଦି କେହି ସହୃଦୟ ବ୍ୟକ୍ତି ରାଜେନ୍ଦ୍ରଙ୍କ ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ମୋବାଇଲ ନମ୍ବର 9668046071 ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ।


ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts