ବାଲିଗୁଡା ଠାରେ ୱେବ ମିଡ଼ିଆ ସଙ୍ଘ ର ପ୍ରଥମ କର୍ଯ୍ୟକାରିଣୀ ବୈଠକ
କନ୍ଧମାଳ-------- ବାଲିଗୁଡା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ବିଦୂତ ମିଡ଼ିଆ ଓ ୱେବ ମିଡ଼ିଆ ମାନଙ୍କର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବାଲିଗୁଡାର ବରିଷ୍ଠ ଆଇନି ଜୀବୀ କୌଶିକ ସାହୁ ଯୋଗ ଦେଇଥିଲେ । ଏହି ସଙ୍ଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ,ସାଧାରଣ ସଂପାଦକ ଶ୍ରୀ ରାଧା ମୋହନ ମହାପାତ୍ର ଯୋଗ ଦେଇଥିଲେ । ଆମ ସମାଜ ରେ କିପରି ସାମ୍ବାଦିକ ମାନଙ୍କୁ ସମ୍ମାନ ମିଳିବ ଏବଂ କିପରି ସାମ୍ବାଦିକ କୁ ସୁରକ୍ଷା ଦିଆଯାଇ ପାରିବ ଓ କିଛି ସାମ୍ବାଦିକ କୁ ମିଛ କେଶ କରି ହଇରାଣ କରାଯାଉଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ଏବଂ କଣ କଲେ ଆମ ର ନିଜର ସୁରକ୍ଷା ପାଇ ପରିବା ଏବଂ ଆମର ହକ ଆମେ ପାଇବା ସେଇ ବିଷୟ ରେ ଆଲୋଚନା କରାଯାଇଥିଲା । ସବୁ ସାମ୍ବାଦିକ ଭାଇ ଏକ ହୋଇ ଲଢ଼ିଲେ ନିଜର ହକ ପାଇ ପରିବା । ସଙ୍ଗ ର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଦଣ୍ଡସେନା ଏହି ବିଷୟରେ ମତ ପ୍ରକାଶ କରିବା ସହ ଆଗକୁ କିପରି ଏହି ସଙ୍ଗ ଯାଇ ପାରିବ ସେ ସମ୍ପର୍କରେ ମତ ରଖିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା