 |
Delang News |
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ମଙ୍ଗରାଜପୁର ଦଳିତ ବସ୍ତିରେ ଦୀର୍ଘଦିନ ଧରି ଗୋଷ୍ଠୀ ବିବାଦ ଲାଗି ରହିଥିଲା । ଯାହାକି ଗ୍ରାମର କେସଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା । ଉକ୍ତ ସାହିର ଶିକ୍ଷକ ତଥା ଯୁବକ ଟିକନ ବେହେରା ଓ ପରକ୍ଷୀତ ବେହେରାଙ୍କ ଉଦ୍ୟମରେ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଏକତ୍ର ହୋଇ ପରଷ୍ପର ମଦ୍ୟରେ ଥିବା ବାଦ ବିବାଦର ଆଲେଚନା କରାଯାଇ ତାହାର ସାମାଧାନ କରାଯାଇଥିଲା । ଏହି ବିବାଦର ସମାଧାନ ପାଇଁ କୌଣସି ବାହାର ଭଦ୍ରବ୍ୟକ୍ତିଙ୍କ ସହଯୋଗ ନିଆଯାଇନଥିଲା । ଠାକୁରଙ୍କ ପୀଠରେ ସମସ୍ତେ ହରିବୋଲ ପକାଇ ବାଦବିବାଦର ସମାଧାନ କରିଥିଲେ । ପରେ ପରେ ଗ୍ରାମରେ ଥିବା ନଳକୂପ, ପୋଖରୀ ତୁଠ, ମନ୍ଦିର, ବିଦ୍ୟାଳୟ ରାସ୍ତା ଘାଟ ସଫା ସୁତରା କରିବା ସହ ସ୍ୱଚ୍ଛ ଭାରତରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକସ୍ପାଖ ପଡୋଶୀ ଗ୍ରାମ କଅଁଳପଡା ଗ୍ରାମବାସୀ ପ୍ରଶାଂସ କରିଛନ୍ତି । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗେନ୍ଦ୍ର ବେହେରା, ଗନ୍ଦର୍ବ ବେହେରା, କୈଳାସ ବେହେରା, ରଘୁନାଥ , ଗୋବିନ୍ଦ, ବାନାମ୍ବର ଦେବାଶିଷଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ପ୍ରଭାତୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗ୍ରାମରେ ଭାଇଚାର ସମ୍ପର୍କ ଅତୁଟ ରଖିବା ପାଇଁ ପ୍ରସାଦ ସେବନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି