 |
Atabira news |
ବରଗଡ-- ବରଗଡ ଜିଲ୍ଲାର ବକଟୀ ବିଦ୍ୟାଳୟ ଠାରୁ ଭେଡେନ ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଦୀର୍ଘ ଦିନ ହେବ ମରାମତି କରାଯାଉନାହିଁ । ଏ ସମ୍ପର୍କରେ ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ହଉ କରିବା କହି କାମ କରିବାର ନାଁ ଗନ୍ଦ ଧରୁ ନାହାନ୍ତି ବୋଲି ବରଗଡ ବିଜେପି ସାଂସଦ ଶରତ ପୂଜାରୀଙ୍କୁ ଗ୍ରାମବାସୀ ମାନେ ଜଣାଇଥିଲେ । ଏ ସମ୍ପର୍କରେ ସାଂସଦ ଶ୍ରୀ ପୂଜାରୀ ଙ୍କ ନିର୍ଦ୍ଦେଶକ୍ରମେ ଆଞ୍ଚଳିକ ବିଜେପି ସଦସ୍ୟ ସରୋଜ ମିଶ୍ର, ଆନନ୍ଦ ଅଗ୍ରସ୍ୱାଲ, କୃଷ୍ଣ ଚନ୍ଦ୍ର ବେହେରା, ନିତ୍ୟାନନ୍ଦ ମେହେରା, ଦୈବପ୍ରସାଦ ମିଶ୍ର, ରଞ୍ଜନ ସାହୁ, ବକଟୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦନ୍ତା ବାବୁ, ମଣ୍ଟୁ ଚାନ୍ଦଙ୍କ ସହିତ ଅନ୍ୟ ବିଜେପି କର୍ମୀ ଭେଡେନ ବ୍ଳକ ବିଡିଓଙ୍କ ସହିତ ସାଂସଦଙ୍କ ପକ୍ଷରୁ ଆମେ ଆସିଛୁ ବୋଲି କହିଥିଲେ । ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ଦଳୀୟ ବା ପକ୍ଷପାତ ନ କରି ପଞ୍ଚାୟତର ଉନ୍ନତି କାର୍ଯ୍ୟ କରିବା ପାଇଁ ବିଡିଓଙ୍କୁ ନିବେଦନ କରିବା ସହ ଯେପରି ଉନ୍ନୟନ ମୂଳକ କାର୍ଯ୍ୟାରେ ଦଳୀୟକୁ ଗ୍ରହଣ ନ କରିବା ପାଇଁ ସାଂସଦଙ୍କ ପ୍ରତିନିଧି ଦଳ ବିଡିଓଙ୍କ ସହିତ ଆଲେଚନା କରିଥିଲେ । ଏ ଦିଗପ୍ରତି ନଜର ଦିଆଯିବ ବୋଲି ସେ ସାଂସଦଙ୍କ ପ୍ରତିନିଧି ମାନଙ୍କୁ କହିଥିଲେ ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ