 |
Sakhigopal news |
ସାକ୍ଷୀଗୋପାଳ -----ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ଜେନାସାହିରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଷୀ, ମହିଳା ସଂଗଠନ, ଯୁବକ, ଯୁବତୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ମାନଙ୍କୁ ନେଇ ଏହି ସଚେତନତା ଶିବିରରେ ଉପସ୍ଥିତ ରହିଥିଲେ । ଟ୍ରେନର ଭାବରେ ରାଜ କିଶୋର ସ୍ୱାଇଁ ଓ ଅଶୋକ କୁମାର ସ୍ୱାଇଁ ସହିତ ସତ୍ୟବାଦୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସ୍ୱାଦର କର୍ମୀ ତାଲିମ ପ୍ରଦାନ କରିଥିଲେ । ଏଥିରେ ହିତାଧିକାରୀ ମାନଙ୍କୁ କିପରି ସରକାରୀ ସୁବିଧା ଯୋଗାଇ ଦିଆଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏବଂ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେ ଦିଗପ୍ରତି ଅଧିକ ନଜର ଦିଆଯାଇଥିଲା । ଗ୍ରାମ ପୋଖରୀ ତୁଟ ଓ ଗ୍ରାମ ଦାଣ୍ଡ, ପରିଷ୍କାର ପରିଛନ୍ନ ରଖିବା ପାଇଁ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସ୍ଥାନୀୟ ସରପଞ୍ଚଓ ୱାର୍ଡସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି