Breaking News

ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ; ରାଜରାସ୍ତାକୁ ଓହ୍ଲାଇଲେ ୫ଗୋଟି ପ଼ଞ୍ଚାୟତର ଲୋକ

 ନିମାପଡ଼ା-----  ନିମାପଡା ଖେଲାରସ୍ଥିତ ରେଞ୍ଚ  ପିଏଚସି ଡାକ୍ତରଖାନା ସମ୍ମୁଖରେ ପିପିଲି ନିମାପଡା ରାସ୍ତା କୁ ଅବରୋଧ କରିଥିଲେ ପାଞ୍ଚଟି ପଞ୍ଚାୟତର ଶତାଧିକ ଲୋକେ । ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵ ରେ ଯାନବାହାନ ଅଟକିରହିଥିବା ବେଳେ ପିପିଲି କୋଣାର୍କ କୁ ଯାତ।ୟାତ ସଂପୂର୍ଣ୍ଣ ଠପ ହୋଇଯାଇଥିଲା।  ରାସ୍ତା ଅବରୋଧର  ତିନି ଘଣ୍ଟା ପରେ ଘଟଣାସ୍ଥଳରେ ନିମାପଡା ତହସିଲଦାର ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହିତ ଅ।ଲୋଚନା କରିଥିଲେ । ଅଳ୍ପ ଦିନ ମଧ୍ୟରେ ଡାକ୍ତରଖାନାରେ ଥିବା ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ସୂଚନା ଥାଉକି ଡାକ୍ତରଖାନାରେ ଡାକ୍ତର ଅଭାବ, ଡାକ୍ତରଖାନା ନିର୍ମାଣ କରାଯାଇଥିବା ସ୍ଥାନ ସରକାରୀ ଖତିୟାନ କୁ ଅଣାଯିବା, ଡାକ୍ତରଖାନାରେ ଶୈାଚାଳୟ,ପାଚେରୀ ଓ ରାସ୍ତା ନିର୍ମାଣ ଦାବୀରେ ରେଞ୍ଚ, ହରିପୁର, ସାଇଁଶ ଶାସନ, ଧନୁଆ ଓ ଗଡପଦନପୁର ପଞ୍ଚାୟତର  ଲୋକମାନେ ।  ଅ।ଗାମୀ ୬ ମାସ ମଧ୍ୟରେ ପ୍ରଶ।ସନ ତାର ପ୍ରତିଶୃତି ନ ରଖିଲେ ଅ।ନ୍ଦୋଳନକୁ ତ୍ରିବତର କରାଯିବ ବୋଲି ଆନ୍ଦୋଳନକାରୀ  ମାନେ ଚେତାବନୀ ଦେଇଛନ୍ତି । ନିମାପଡ଼ାରୁ ଜୟନ୍ତ କୁମାର ସେଠି

Blog Archive

Popular Posts