ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବନ୍ଦନା ଉତ୍ସବ ପାଳିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାସୁକେରା ଗ୍ରାମରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳନ ଅବସରରେ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବୈାଦ୍ଧିକ ମଣ୍ଡପରେ ସମୂହ ପ୍ରାର୍ଥନା ଓ ବୌଦ୍ଦିକ ପ୍ରଦାନ ପରେ ଉପସ୍ଥିତ ଥିବା ବିଦ୍ୟାଳୟର ସମସ୍ତ ଗୁରୁମା ଓ ଗୁରୁଜୀ ମାନଙ୍କୁ ବନ୍ଦନା କରି ଆର୍ଶିବାଦ ନେଇଥିଲେ । ପ୍ରଧାନଚାର୍ଯ୍ୟ ପ୍ରଫୁଲ କୁମାର ବଡଜେନା ଗୁରୁଶିଷ୍ୟ ମାନଙ୍କ ମଧ୍ୟରେ ଥିବା ପରମ୍ପରାକୁ ଗ୍ରହଣ କରିବା ପାଇଁ କହିଥିଲେ । ବିଦ୍ୟାଳୟର କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପରିଡା ଅତିଥି ଭାବେ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି