ଓଡ଼ଗାଁରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ ------ ଗୁରୁ ହିଁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୁରେଇ ଆମ ଜୀବନରେ ଜ୍ଞାନର ବର୍ତ୍ତିକା ଜଳାଇ ଚଲାପଥକୁ କୁସୁମିତ କରନ୍ତି।ଏହାର ମୂଲ୍ୟବୋଧକୁ ଯଥାର୍ଥ କରିଛନ୍ତି ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ। ଆଜି ଦିନ ୧୧ଟାରେ ନୟାଗଡ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଏବଂ ଅପରାହ୍ନ ୩ଟାରେ ଓଡ଼ଗାଁ ଇନଡୋର ଷ୍ଟାଡିୟମରେ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ନୟାଗଡରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ବହୁ ସାମାଜିକ କର୍ମୀ ତଥା ଗଣମାଧ୍ୟମ ପତିନିଧିମାନେ ଯୋଗଦେଇଥିଲେ।ଓଡ଼ଗାଁରେ ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ ଯୋଗ ଦେଇଥିଲେ।ଏହି ଉତ୍ସବରେ ବହୁ ବିଦାୟୀ ଗୁରୁଙ୍କୁ ଆମନ୍ତ୍ରଣ କରି ମାନପତ୍ର,ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ମନ୍ତ୍ରୀ ଡ଼ଃ ସାହୁ ସମସ୍ତଙ୍କ ଜୀବନରେ ଗୁରୁଙ୍କ ଗୁରୁତ୍ୱକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ।