Breaking News

ଗଙ୍ଗା ନଦୀରେ ବୁଡି ଯୁବକଙ୍କର ମୃତ୍ୟୁ

ହାଟଡ଼ିହି --- ହାଟଡିହି ବ୍ଲକ କ୍ଷେତୁଆଳି ଗ୍ରାମର ଜଣେ ଯୁବକ ଗଙ୍ଗା ନଦୀରେ ବୁଡିଯାଇ ପ୍ରାଣ ହରାଇଥିବା ଜଣାଯାଇଛି ।  ବୁଲୁ ଖୁଣ୍ଟିଆଙ୍କ ପୁଅ କିଶୋର ଖୁଣ୍ଟିଆ(୨୫) କଲିକତାରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଗତ ମଙ୍ଗଳବାର ଦିନ ଗଙ୍ଗା ନଦୀରେ ଗାଧୋଉଥିବା ସମୟରେ ଲହଡି ଆସିବାରୁ ଅସାବଧାନତା ଯୋଗୁ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିଲେ । ଖବରପାଇ ପରିବାର ଲୋକେ କଲିକତା ଯାଇ କିଶୋରଙ୍କ ମରଶରୀରକୁ ଧରି ଗତକାଲି ଗ୍ରାମରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶରେ ଗ୍ରାମ ଶସ୍ମାନରେ ଅନ୍ତିମ ସତ୍କାର କରାଯାଇଛି ।
ହାଟଡିହରୁ ବିକାଶ ବିଶ୍ୱାଳ

Blog Archive

Popular Posts