ସୁନ୍ଦରାପାଳ ଡାକ୍ତରଖାନାରୁ ଇନଭଟର ଚୋରି
ହାଟଡ଼ିହ ---ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସୁନ୍ଦରାପାଳ ଡାକ୍ତରଖାନାର ଗ୍ରୀଲ ଗେଟ ଭାଙ୍ଗି ଗୋଟିଏ ଇନଭଟର ସେଟ ଦୁର୍ବୁତମାନେ ଲୁଟି ନେଇଛନ୍ତି । ଗତକାଲି ଅପରାହ୍ନରେ ଡାକ୍ତରଖାନା କର୍ମଚାରୀମାନେ ଡାକ୍ତରଖାନାରେ ତାଲା ପକାଇ ବନ୍ଦ କରି ଯାଇଥିଲେ । କିନ୍ତୁ ଆଜି ସକାଳେ ସ୍ଥାନୀୟ ଲୋକମାନେ ଡାକ୍ତରଖାନା ଗ୍ରୀଲ ଭଙ୍ଗା ଯାଇ ଗେଟ ଖୋଲାଥିବା ଦେଖିବାକୁ ପାଇଥିଲେ । ଏନେଇ ଆୟୁଷ ଡାକ୍ତରଙ୍କୁ ଜଣାଇବାପରେ ଆୟୁଷ ଡାକ୍ତର ମେଡିକାଲରେ ପହଞ୍ଚି ସୋସୋ ପୁଲିସକୁ ଖବର ଦେଇଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାରୁ ଗୋଟିଏ ଇନଭଟର ବେଟେରୀ ଓ ମେସିନି ଚୋରୀ ଯାଇଥିବା ଜାଣିବାକୁ ପାଇଥିଲେ । ସୋସୋ ପୁଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ହାଟଡିହରୁ ବିକାଶ ବିଶ୍ୱାଳ
ହାଟଡିହରୁ ବିକାଶ ବିଶ୍ୱାଳ