Breaking News

ପୁରୀ ଠାରେ ସ୍ବାୟତ ଶାସନ ଦିବସ ପାଳିତ


 J K sethi
puri News
   ପୁରୀ ------   ସ୍ବାୟତ ଶାସନ ଦିବସ ପୁରୀ ଟାଉନ ହଲ ଠାରେ ପାଳିତ ହୋଇଯାଇଛି। ପୁରୀର ମାନ୍ୟବର ସାଂସଦ ଶ୍ରୀ ପିନାକି ମିଶ୍ର, ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ଏବଂ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଅଥିତଭାବେ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପୈରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାସ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟରେ ଥିବା ଏକ ପାର୍କ ପୁରୀବାସିଙ୍କ ପାଇଁ ଉତ୍ସର୍ଗ କରିଥିଲେ। ବାତ୍ୟା ରେ କ୍ଷତିଗ୍ରସ୍ତ ହୋଇଥିବା ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ। ଶ୍ରୀ ପିନାକୀ ମିଶ୍ର ପୁରୀ ସହରରେ ଏକ ନୂତନ ପରିକଳ୍ପନା ବିଷୟରେ ଗୁରୁତ୍ବ ଦେଇଥିଲେ । ଏହାପରେ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନଲାଇନ୍ ବିଲଡିଙ୍ଗ ପ୍ଳାନ ମଞ୍ଜୁର , ମାଇକ୍ରୋ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପ୍ରତି   ଓ୍ବାର୍ଡରେ  ଓ୍କାଡ କାର୍ଯ୍ୟାଳୟ ଏବଂ ଡିଜିଟାଲ କିଓଷ୍କ  ଭୁବନେଶ୍ୱର ମହାନଗର ନିଗମର ପ୍ରତି ୱଡ ରେ ଉଦଘାଟନ କରିଥିଲେ। ଏହା ପରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମାଳି-ଚୁଡି ଦୋକାନୀ ଶ୍ରୀମତୀ ଶ୍ରଦ୍ଧାଲକ୍ଷ୍ମୀ ତ୍ରିପାଠୀ ଙ୍କୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ପୁରୀ ପୋୖର ସଂସ୍ଥା ଦ୍ଵାରା ଆୟୋଜିତ ବକୃତା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

 ପୁରୀରୁ  ଜୟନ୍ତ କୁମାର ସେଠି

Blog Archive

Popular Posts