 |
Salhigopal news |
ସାକ୍ଷୀଗୋପାଳ --_ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ରବିବାର ଦିନ ବସଷ୍ଟାଣ୍ଡ ନିକଟ ପଞ୍ଚସଖା ମଣ୍ଡପ ସଫେଇ କରାଯାଇଛି । ପ୍ରକାଶ ଥାଉକି ଏହି ପୀଠ ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । ପରିସର ସଫେଇ ହେବା ପରେ ବକୁଳ ଏଵଂ ତୁଳସୀ ଚାରା ଲଗା ଯାଇଛି । ଗତକାଲି ଶନିବାର ମାଣିତଳ ସାହି ରେ ପୁଷ୍କରିଣୀ ସଫା କରାଯାଇ ୩୦ ଜଣ ସ୍ବେଚ୍ଛାସେବୀଙ୍କୁ ଉପହାର ପ୍ରଦାନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକୁ ସତ୍ୟବାଦୀ ଶାଖାର ସଭାପତି ସତ୍ୟବାଦୀ ଦାଶ , ଅର୍ଥ ସଚିବ ନବଘନ ଶତପଥୀ, ସଂଗଠନ ସମ୍ପାଦକ ସୁଶାନ୍ତ ରଥ, ଉମାକାନ୍ତ ମିଶ୍ର, ବସନ୍ତ କୁମାର ସ୍ଵାଇଁ, ସୁନିଲ କୁମାର ବେହେରା, ବିଷ୍ଣୁ ମହାରଣା, ରାଧାନାଥ ଷଡ଼ଙ୍ଗୀ, ଆଲୋକ, ଦିଲ୍ଲୀପ, ଲକ୍ଷ୍ମୀଧର , ଉତ୍କଳମଣି ଗୋପବନ୍ଧୁ ସେବା ସଂଗଠନ ଓ ଗ୍ରାମବାସୀ ମାନେସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି