 |
baragsda News |
ବରଗଡ଼----- ବରଗଡ଼ ଜିଲ୍ଲାର ଅତାବିରାରେ ଅଗ୍ରସେନ ଜୟନ୍ତୀର ପ୍ରସ୍ତୁତି ବୈଠକ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଗାମୀ ୨୯.୦୯.୨୦୧୯ରେ ହେବାକୁ ଥିବା ଶ୍ରୀ ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ଅଗ୍ରୱାଲ ସମାଜର ଆନୁକୁଲ୍ୟରେ ଏକ ସାମୁହିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଆଖପାଖ ଅଞ୍ଚଳର ଅଗ୍ରୱାଲ ସମାଜର ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବା ସହ ପିଲା ଠାରୁ ବୟସ୍କ ବ୍ୟକ୍ତି ମାନଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ମାନ କରାଯାଇଥିଲା । ଏଥିରେ ଆଗାମୀ ୨୯ତାରିଖ ରବିବାର ଅପରାହ୍ନ ୪ଟାରେ ସ୍ଥାନୀୟ ଇଷ୍ଟଦେବୀ ମାଁ ଦୁର୍ଗା ମଣ୍ଡପରୁ ଏକ ଭବ୍ୟ ଶୋଭଯାତ୍ରା ବାହାରି ନଗର ପରିକ୍ରମା କରି ବଡ଼ ଧୁମଧାମରେ ପାଳିତ ହେବ ବୋଲି ଜଣାପଡିଛି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ